ଓଡ଼ିଆ ଆଇଏଏସ ଅଧିକାରୀ ସୁଧୀ ରଞ୍ଜନ ମହାନ୍ତି ହେଲେ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ

ମଧ୍ୟପ୍ରଦେଶ(କେନ୍ୟୁଜ୍) : ଓଡ଼ିଆ ଆଇଏଏସ ଅଧିକାରୀ ସୁଧୀ ରଞ୍ଜନ ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସୁଧୀରଞ୍ଜନ ୧୯୮୨ ବ୍ୟାଚର ଆଇଏଏସ ଅଫିସର। ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ବିଏସ ସିଂହ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ଶ୍ରୀ ମହାନ୍ତି। ସେ ର୍ପୂୂବରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷ ଓ ରାଜ୍ୟ ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି ।