କାଲିଠାରୁ କାର୍ ଓ ବାଇକ୍ କିଣିଲେ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ : ନୂଆ କାର୍ କିମ୍ବା ବାଇକ୍ କାଲି ଠାରୁ ବୀମା ବାବଦରେ ଅଧିକ ଅର୍ଥ ଦେବାକୁ ହେବ । କାରଣ କାଲିଠାରୁ ବଢ଼ିବ କାର ଓ ବାଇକର ଥାର୍ଡ଼ପାର୍ଟି ବୀମା ଦେୟ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇଆରଡିଏ କାର ଓ ଦୁଇ କିଆ ଯାନର ଥାର୍ଡ଼ପାର୍ଟି ଇନସ୍ୟୁରାନ୍ସ ନିୟମରେ ପରିବର୍ତ୍ତନ କରିଛନ୍ତି । ନୂଆ କାର୍ କିମ୍ବା ବାକ୍ କିଣିଲେ ଏହି ନୂଆ ଦେୟ ଦେବାକୁ ହେବ । ଯାହା ସେପଟେମ୍ବର ୧ ତାରିଖରୁ ଲାଗୁ ହୋଉଛି । ୧ ହଜାର ସିସି କାର ପାଇଁ ୫୨୮୬ ଟଙ୍କା , ୧ ହଜାରରୁ ୧୫ ଶହ ସିସି ପାଇଁ ୯୫୩୪ ଟଙ୍କା, ୧୫ ଶହ ସିସିରୁ ଅଧିକ କାର୍ ପାଇଁ ୨୪ ହଜାର ୩୦୫ ଟଙ୍କା ଧାର୍ଯ କରାଯାଇଛି । ଏକାଥରେ ତିନି ବର୍ଷ ପାଇଁ ଏହି ଦେୟ ଆଦାୟ ହେବ ।

BIKESସେହିପରି ଦୁଇ ଚକିଆ ଯାନ ପାଇଁ ୫ ବର୍ଷର ଥାର୍ଡ଼ ପାର୍ଟି ବୀମା ବାବଦରେ ଦେବାକୁ ହେବ ୧୦୪୫ ଟଙ୍କା  । ୭୫ ସିସିରୁ କମ୍ ପାଇଁ ୧୦୪୫ ଟଙ୍କା ୭୫ରୁ ୧୫୦ ସିସି ପାଇଁ ୩୨୮୫, ୧୫୦ରୁ ୩୫୦ ସିସି ବାଇକ୍ ପାଇଁ ୫୪୫୩ ଏବଂ ୩୫୦ ସିସିରୁ ଅଧିକ ବାଇକ୍ ପାଇଁ ୧୩୦୩୪ ଟଙ୍କା ବୀମା ବାବଦରେ ପଇଠ କରିବାକୁ ପଡ଼ବ । ଦେଶରେ ଦୁର୍ଘଟଣା ସଂଖ୍ୟାକୁ ନଜରରେ ରଖି ସମସ୍ତଙ୍କ ପାଇଁ ଥାର୍ଡ଼ପାର୍ଟି ବୀମା କରିବାକୁ ସୁପ୍ରିମ କୋର୍ଟ ଗତ ଜୁନ୍ ମାସରେ ବାଧ୍ୟତାମୂଳକ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.