Below header

ମେସେଜରେ କେବେ ବି ଏକ୍ସଙ୍କୁ କୁହନ୍ତୁ ନାହିଁ ଏହି ସବୁ କଥା

ଅତୀତକୁ ଭୁଲିଯିବା ହିଁ ଭଲ । କଣ ସବୁ ଘଟିଯାଇଛି ସେ ବିଷୟରେ ପୁଣି ଥରେ ଚିନ୍ତା କରି ନିଜକୁ କଷ୍ଟ ଦେବା ଅନୁଚିତ୍ । ଆପଣ ଚାହାଁନ୍ତୁ ବା ନ ଚାହାଁନ୍ତୁ ଯାହା ହୋଇଯାଇଛି ଆପଣଙ୍କ ସହ ତାକୁ ବଦଳାଇପାରିବେ ନାହିଁ । ଯଦି ଆପଣଙ୍କର ବ୍ରେକ୍ ଅପ୍ ହୋଇଯାଇଛି ତେବେ ଏକ୍ସଙ୍କୁ ନେଇ ଅତ୍ୟଧିକ ଚିନ୍ତା କରିବା ଠିକ୍ ନୁହେଁ । ସମସ୍ତ ବ୍ୟକ୍ତିଙ୍କ ମାନସିକ ଏବଂ ଭାବନାତ୍ମକ ସ୍ଥିତିକୁ ଭାଙ୍ଗିଦେଇଥାଏ ବ୍ରେକ୍ ଅପ୍ । ବେଳେ ବେଳେ ଏହି ସମୟ ବହୁତ କଷ୍ଟଦାୟକ ହୋଇଥାଏ । ଯଦି ତାଙ୍କ ସହ ସମ୍ପର୍କ ନକାଟି ବନ୍ଧୁତ୍ବ ରଖିବାକୁ ଚାହୁଁଛନ୍ତି ତେବେ ଏଥିରେ କୌଣସି ସମସ୍ୟା ନାହିଁ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ ସବୁ କଥା ତାଙ୍କ ନିକଟରେ କୁହନ୍ତୁ ନାହିଁ । ଏବେ ନଜର ପକାନ୍ତୁ ଆପଣଙ୍କ ଏକ୍ସ ସହ ସମ୍ପର୍କକୁ ହେଲଦି ରଖିବା ପାଇଁ କେଉଁ କଥା କହିବେ ଏବଂ କେଉଁ କଥା କହିବେ ନାହିଁ ।

ଭାଙ୍ଗିଥିବା ମନର ଅବସ୍ଥା କୁହନ୍ତୁ ନାହିଁ :

ଆପଣଙ୍କ ଏକ୍ସକୁ କେବେ ବି ଏକଥା କୁହଁନ୍ତୁ ନାହିଁ ଯେ ସମ୍ପକର୍ ଭାଙ୍ଗିବା ପରେ ଆପଣଙ୍କୁ କେତେ କଷ୍ଟ ହୋଇଛି । ଆପଣଙ୍କ ମନ ଭାଙ୍ଗି ଯାଇଛି ବୋଲି ଏହାକୁ ଶବ୍ଦରେ ପ୍ରକାଶ କରନ୍ତୁ ନାହିଁ । ଯଦି ଆପଣ ଆପଣଙ୍କ ମନ ଭାଙ୍ଗିଯାଇଥିବା କଥା ଏକ୍ସଙ୍କୁ କହୁଛନ୍ତି ଏହାର ଅର୍ଥ ଆପଣ ତାଙ୍କୁ ପୁଣି ଥରେ ଆପଣଙ୍କ ମନ ସହ ଖେଳିବାକୁ ସୁଯୋଗ ଦେଉଛନ୍ତି । ଏକଥା କେବେ ବି କୁହନ୍ତୁ ନାହିଁ ଯେ ଆପଣ ତାଙ୍କ ପାଇଁ କଣ ଅନୁଭବ କରୁଛନ୍ତି । ଏହା ଦ୍ବାରା ଆପଣ ନିଜକୁ ହିଁ କଷ୍ଟ ଦେଉଛନ୍ତି ।

ତାଙ୍କୁ ମନ ପକାଉଛନ୍ତି ଏକଥା ମଧ୍ୟ କୁହନ୍ତୁ ନାହିଁ :

ନିଜ ଏକ୍ସଙ୍କ ମେସେଜର ଉତ୍ତର ଦେବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଆପଣଙ୍କୁ ନିଜକୁ କଣ୍ଟ୍ରୋଲ୍ କରିବାକୁ ପଡିବ । ଆଉ ଏକଥା କହିବେ ନାହିଁ ଯେ ଆପଣ ତାଙ୍କୁ ଭୁଲିପାରୁ ନାହାଁନ୍ତି ,ବହୁତ ମନେ ପକାଉଛନ୍ତି ବୋଲି ।

ଆପଣଙ୍କ ଜୀବନରେ କଣ ଚାଲିଛି :

ଆପଣଙ୍କ ଅସଲ ଜୀବନ ବିଷୟରେ ତାଙ୍କ ଆଗରେ କିଛି କୁହନ୍ତୁ ନାହିଁ । ଆପଣ କେତେ ଦୁଃଖି ଅଛନ୍ତି ଏକଥା ଆଦୌ ଜଣାନ୍ତୁ ନାହିଁ । ଯଦି ସେ ଆପଣଙ୍କ ଜୀବନ ବିଷୟରେ କିଛି ପଚାରୁ ନାହାଁନ୍ତି ତେବେ ଆପଣ ବି ତାଙ୍କୁ କିଛି କହିବା ଆବଶ୍ୟକ ନାହିଁ ।

ତାଙ୍କୁ ଇର୍ଷାନ୍ବିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ :

ବ୍ରେକ୍ ଅପ୍ ପରେ ଏହି ଆଇଡିଆ କାମ କରେ ନାହିଁ । ଆପଣ କେବଳ ଇର୍ଷା କରାଇବା ପାଇଁ ତାଙ୍କୂ ମେସେଜ୍ କରିବା ଅନୁଚିତ୍ । ଏମିତି କରିବା ଦ୍ବାରା ଜଣା ପଡେ ଆପଣ କେତେ ଦୟନୀୟ ଅବସ୍ଥାରେ ପହଂଚିଯାଇଛନ୍ତି । ତେଣୁ ନିଜ ଏକ୍ସଙ୍କୁ ନିଜ ଅବସ୍ଥା ବିଷୟରେ ଜାଣିବାକୁ ଦିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.