ଏହି ପେଟ୍ରୋଲ ପମ୍ପରେ ତେଲ ପକାଇଲେ ମିଳିବ ୧୦% କ୍ୟାସବ୍ୟାକ୍‌, ଅଫର କେବଳ ସୀମିତ ସମୟ ପାଇଁ

ଇଣ୍ଡିଆନ୍ ଅଏଲ୍ ନିଜ ଗ୍ରାହକଙ୍କ ପାଇଁ ଏକ ଖାସ୍ ଅଫର ନେଇ ଆସିଛି । ଯଦି ଆପଣ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ନିଜ ଗାଡିରେ ପେଟ୍ରୋଲ କିମ୍ବା ଡିଜେଲ୍ ଭରୁଛନ୍ତି ତେବେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ । ଖାସ୍ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବନି । ଆପଣଙ୍କୁ କେବଳ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରୁ ପେମେଣ୍ଟ କରିବାକୁ ପଡିବ । ଏହି ଅଫର ଅନୁଯାୟୀ ଆପଣଙ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା ଆପଣ ଏହି ଅଫରର ଲାଭ କେମିତି ଉଠାଇ ପାରିବେ।

ଇଣ୍ଡିଆନ୍ ଅଏଲ୍ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଅଫର ସମ୍ପର୍କରେ ସୂଚନା ଦେଇଛି । ଏହି ଅଫରର ଲାଭ ଉଠାଇବାକୁ ହେଲେ କେବଳ ଗୋଟିଏ ସର୍ତ୍ତ ରହିଛି ତାହା ହେଉଛି ଆପଣଙ୍କୁ ନିଜ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରୁ ପେମେଣ୍ଟ କରିବାକୁ ପଡିବ ।

ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଖାସ୍ ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ କେବଳ ୧୫ ଜାନୁୟାରୀ ପର୍ଯ୍ୟନ୍ତ ସମୟ ଅଛି ଅର୍ଥାତ୍‌ ଆପଣ ୧୫ ଜାନୁୟାରୀ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବେ ।
ଏହି ଅଫରର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ନିଜ ମୋବାଇଲରୁ ଏକ ଏସଏମଏସ୍ ପଠାଇବାକୁ ପଡିବ । ‘Auth-code <space> Amount’ ଲେଖି 9594925848 ନମ୍ବରକୁ ପଠାଇବାକୁ ହେବ। ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ପଡିବ ଯେ ଏହି କ୍ୟାଶବ୍ୟାକ୍ ଅଫରର ଲାଭ ଆପଣ କେବଳ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ହିଁ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.