ସେଣ୍ଟ୍ରାଲ ବ୍ୟାଙ୍କର ବଡ଼ ଉପହାର, ଶସ୍ତା ହେଲା ଉଭୟ ହୋମ୍‌ ଲୋନ୍‌ ଓ ଗାଡ଼ି ଲୋନ୍‌

ଋଣ ନେବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛି। ବ୍ୟାଙ୍କ ତରଫରୁ ଉଭୟ ହୋମ୍‌ ଲୋନ୍‌ ଓ ଗାଡ଼ି ଲୋନ୍‌ର ସୁଧ ହାରକୁ କମ୍‌ କରି ଦିଆଯାଇଛି। ବ୍ୟାଙ୍କ MCLR କୁ ୦.୦୫ ପ୍ରତିଶତ କମାଇ ଦେଇଛି। ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏହି ନିୟମ ସବୁ ପ୍ରକାରର ଋଣ ଉପରେ ଲାଗୁ ହେବ। ଆଜି ବା ସେପ୍ଟେମ୍ବର ୧୬ରୁ ଏହି ନିୟମ ଲାଗୁ ହେଉଛି।

ବ୍ୟାଙ୍କ ତରଫରୁ କୁହାଯାଇଛି ବର୍ଷିକିଆ ଏମ୍‌ସିଏଲ୍‌ଆର(MCLR) ୭.୧୫ ପ୍ରତିଶତରୁ କମ୍‌ କରି ୭.୧୦ ପ୍ରତିଶତ କରି ଦିଆଯାଇଛି। ଏକ ଦିନ ଓ ଏକ ମାସର ଏମ୍‌ସିଏଲ୍‌ଆର କମ୍‌ ହୋଇ ଏବେ ୬.୫୫ ପ୍ରତିଶତ ହୋଇଯାଇଛି। ପୂର୍ବରୁ ଏହା ୬.୬୦ ପ୍ରତିଶତ ଥିଲା। ବ୍ୟାଙ୍କ ୩ ମାସ ଓ ୬ ମାସର ଅବଧିଯୁକ୍ତ ଏମ୍‌ସିଏଲ୍‌ଆରକୁ ବି କମ୍‌ କରିଛି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଏସ୍‌ବିଆଇ ସମେତ ଅନ୍ୟ ବ୍ୟାଙ୍କ ତରଫରୁ ମଧ୍ୟ ସୁଧ ହାର ହ୍ରାସ କରାଯାଇଥିଲା। ଏହା ପୂର୍ବରୁ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏକ ବର୍ଷ ଓ ଛଅ ମାସର ଋଣ ଉପରେ ଏମ୍‌ସିଏଲ୍‌ଆର ଯଥାକ୍ରମେ ୭.୪୦ ପ୍ରତିଶତରୁ କମାଇ ୭.୩୦ ପ୍ରତିଶତ ଓ ୭.୩୦ ପ୍ରତିଶତରୁ ୭.୨୫ ପ୍ରତିଶତ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.