Below header

ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ତାପରେ ଦୁହିଁଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ

ପ୍ରେମ ପାଇଁ ମଣିଷ କିଛି ବି କରିପାରେ ଏହାର ଅନେକ ଉଦାହରଣ ଆପଣ ଦେଖିଥିବେ । ତେବେ ନିକଟରେ ଝାଡ଼ଖଣ୍ଡର ଗୁମଲାରୁ ଏକ ଅଜବ ପ୍ରକାର ମାମଲା ସାମ୍ନାକୁ ଆସିଛି । ନିଜ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଲୋକମାନେ ଘେରି ରାସ୍ତା ମଝିରେ ନିର୍ଦ୍ଧୁମ ମାଡ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ସ୍ୱାମୀ ହତ୍ୟା ଅଭିଯୋଗରେ ଲୋକମାନେ ତାଙ୍କୁ ମାଡ ମାରିଥିଲେ ।

ପୋଲିସର ସୂଚନାନୁସାରେ, ଗୁମଲା ଜିଲ୍ଲାର ଡେଙ୍ଗଡିହ ଗ୍ରାମର ମାରିୟାନାସ କୁଜୁରଙ୍କୁ ତାଙ୍କ ପତ୍ନୀ ନୀଲମ କୁଜୁର ଏବଂ ପ୍ରେମିକ ସୁଦୀପ ଡଣ୍ଡୁଙ୍ଗ ମିଶି ହତ୍ୟା କରିଥିଲେ । ସୂଚନା ଅନୁଯାୟୀ ନଙ୍ଗା ଗ୍ରାମର ସୁଦୀପ ସୋମବାର ଦିନ ଡାଙ୍ଗଡିହ ଗ୍ରାମରେ ପହଞ୍ଚି ତାଙ୍କ ବନ୍ଧୁ ପାକି କୁଲୁଙ୍କ ସହ ନୀଲମଙ୍କୁ ଭେଟିଥିଲେ। ଗାଁରେ ହିଁ ପ୍ରେମିକ ସୁଦୀପ ତାଙ୍କ ପ୍ରେମିକାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରି ରାତିରେ ତାଙ୍କୁ ହତ୍ୟା କରିଥିଲେ । ତେବେ ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବା ପରେ ତିନି ଅଭିଯୁକ୍ତଙ୍କୁ ବୁଝାଇ ସୁଝାଇ ଲୋକଙ୍କ ମଧ୍ୟକୁ ନେଇଯାଇଥିଲେ ।

ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଜଣେ ବିବାହିତା ମହିଳା ଅତିରିକ୍ତ ବୈବାହିକ ସଂପର୍କରେ ଜଡିତ ହୋଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ସମଗ୍ର ଗାଁ ପାଇଁ ଲଜ୍ଜାଜନକ । ଏହା ପରେ ଗ୍ରାମବାସୀ ସେହିଠାରେ ହିଁ ତିନିଜଣଙ୍କୁ ପିଟିବା ଆରମ୍ଭ କରିଥିଲେ ।

ଲୋକମାନେ ସେମାନଙ୍କୁ ଏତେ ମାଡ ମାରିଥିଲେ ଯେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାରିଟି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଲିଂଚିଙ୍ଗରେ ଜଡିତ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ଏକ ଅପରେସନ୍ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.