ବିହାରରେ ହେବ ଏସିଆର ପ୍ରଥମ ‘ଡଲଫିନ ଅନୁସନ୍ଧାନ କେନ୍ଦ୍ର’, ଦୁଇ ଏକରରେ ନିର୍ମାଣ ହେବ ପରିସର

ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମାମି ଗଙ୍ଗେ ପରିଯୋଜନା ଓ ଅମୃତ ମିଶନ ଅଧୀନରେ ବିହାରରେ ବିଭିନ୍ନ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ପରିଯୋଜନା ଅଧୀନରେ ପାଟନାରେ ଏସିଆର ପ୍ରଥମ ଡଲଫିନ ଅନୁସନ୍ଧାନ କେନ୍ଦ୍ର ସ୍ଥାପନ କରାଯିବ। ଏହି କେନ୍ଦ୍ରକୁ ଦୁଇ ଏକର ପରିସୀମା ମଧ୍ୟରେ ୩୦.୫୨ କୋଟି ଟଙ୍କା ବ୍ୟୟରେ ତିଆରି କରାଯିବ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ, ‘ସର୍ବେକ୍ଷଣ ଅନୁସାରେ ପୂରା ଦେଶରେ ୩,୦୩୧ ଡଲଫିନ ଅଛନ୍ତି ଏବଂ ସେଥିମଧ୍ୟରୁ ପାଖାପାଖି ଅଧା ୧,୪୫୫ ବିହାରରେ ଗଙ୍ଗା ନଦୀରେ ଦେଖିବାକୁ ମିଳିଥାନ୍ତି’।

1

ସେ କହିଥିଲେ କି, ‘ସୁଲତାନଗଞ୍ଜ-କହଲଗାଁର ୬୦ କିମି ଅଞ୍ଚଳରେ ‘ବିକ୍ରମଶିଳା ଗାଙ୍ଗେୟ ଡଲଫିନ ଅଭୟାରଣ୍ୟ’ ଘୋଷିତ କରାଯାଇଛି। ଏହାସହିତ ଗଙ୍ଗା କୂଳରେ ୫୭ଟି ସର୍ବାଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଔଦ୍ୟୋଗକୁ ଚିହ୍ନଟ କରାଯାଇଛି। ସେଠାରେ zero liquid discharge ଏବଂ ଗୋଟିଏ effluent treatment plant ସ୍ଥାପନ କରି ଔଦ୍ୟୋଗିକ ଆବର୍ଜନା ସ୍ରୋତକୁ ରୋକାଯାଇଛି, ଯାହାର ପରିଣାମ ସ୍ୱରୂପ ଗଙ୍ଗାକୁ ବିହାରରେ ଔଦ୍ୟୋଗିକ ପ୍ରଦୂଷଣରୁ ମୁକ୍ତ କରାଯାଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.