ସେପ୍ଟେମ୍ବର ୨୫ରୁ ଲାଗୁ ହେବାକୁ ଯାଉଛି ଲକଡାଉନ, ସତ ନା ଗୁଜବ !

ଦେଶରେ ଦିନକୁ ଦିନ କରୋନା ଭାଇରସ ଖୁବ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହି ସମୟରେ ଲକଡାଉନ ଏବଂ ସଟଡାଉନକୁ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବରେ ଉଠାଇ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଲକଡାଉନକୁ ନେଇ ଅନେକ ମିଛ ଖବର ସାମନାକୁ ଆସୁଛି । ନିକଟରେ ସେପ୍ଟେମ୍ବର ୨୫ରେ ଆଉ ଏକ ଲକଡାଉନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିବାର ଖବର ପ୍ରଚାର ହେଇଥିଲା ଯାହାକୁ ସୋମବାର ଦିନ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି ।

ତେବେ ସେପ୍ଟେମ୍ବର ୨୫ ତାରିଖରୁ ଅନ୍ୟ ଏକ ପର୍ଯ୍ୟାୟର ଲକଡାଉନ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କୁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି (NDMA) ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା ବୋଲି ସୂଚନା ମିଳିଛି । ଏହି ପ୍ରସ୍ତାବ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସ୍କ୍ରିନସଟରେ NDMAର ଆଦେଶ ରହିଥିବାର ଦାବି କରାଯାଇଛି ।

ଆଦେଶରେ ଲେଖାହୋଇଥିବା ତଥ୍ୟ ଅନୁସାରେ କୋଭିଡ-୧୯ର ପ୍ରସାର ଏବଂ ମୃତ୍ୟୁର ହାରକୁ ରୋକିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଯୋଜନା ଆୟୋଗ ଉଭୟେ ମିଶି ଭାରତ ସରକାରଙ୍କୁ ଅନୁରୋଧ କରନ୍ତି ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଗୃହ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି । ସେପ୍ଟେମ୍ବର ୨୫ , ୨୦୨୦ ମଧ୍ୟରାତ୍ରିରୁ ଏକ କଡା ଲକ ଡାଉନ ଲାଗୁ କରନ୍ତୁ । ଦେଶର ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ NDMA ସେହି ଅନୁଯାୟୀ ଯୋଜନା କରିବା ପାଇଁ ମନ୍ତ୍ରାଳୟକୁ ଏକ ପୂର୍ବ ବିଜ୍ଞପ୍ତ ଜାରି କରୁଛି ।” ତେବେ ପ୍ରଚାରରେ ଥିବା ଏହି ଅର୍ଡର ନକଲି ହୋଇଥିବାର PIB ଟ୍ଵିଟ କରି ଜଣାଇଛି ।

ତେବେ ସରକାରଙ୍କୁ ସେପ୍ଟେମ୍ବର ୨୫ ତାରିଖ ଠାରୁ ଦେଶ ବ୍ୟାପି ତାଲାବନ୍ଦ କରିବା ପାଇଁ ପ୍ରସ୍ତାବ ଜାରି କରାଯାଇଥିଲା ବୋଲି ରାଷ୍ଟ୍ରୀୟ ପ୍ରବନ୍ଧନ ପ୍ରାଧିକରଣ ଦ୍ୱାରା ଦାବି କରାଯାଇଛି । କିନ୍ତୁ ପିଆଇବିକୁ ଏହି ତଥ୍ୟର ତଦନ୍ତ କରିବା ପାଇଁ ଏନଡିଏମ କୌଣସି ଆଦେଶ ଦେଇନଥିବାର ସୂଚନା ଦେଇଛି । ଏନେଇ ପିଆଇବି ଟ୍ଵିଟ କରି ସୂଚନା ଦେଇଛନ୍ତି । ପୁର୍ବରୁ ଦେଶବ୍ୟାପୀ କରୋନା ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ ଗାଇଡଲାଇନ ଜାରି କରିଥିଲେ କିନ୍ତୁ ଜୁନ ମାସ ପରଠାରୁ ଏହି ତାଲାବନ୍ଦକୁ ଉଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.