ପେନସନଭୋଗୀଙ୍କ ପାଇଁ ଖୁସି ଖବର, ବଢ଼ିଲା ୪% DR , ଏବେ ଆକାଉଣ୍ଟ କୁ ଆସିବ ଏତିକି ଟଙ୍କା

କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ୪ % ବୃଦ୍ଧି କରିଛନ୍ତି । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ବା Dearness Relief ମଧ୍ୟ ୪% ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨ %କୁ ବୃଦ୍ଧି ପାଇଛି । ଏଥିରୁ ପ୍ରାୟ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଧାରୀ ଉପକୃତ ହେବେ ।

କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ୪ % ବୃଦ୍ଧି କରିଛନ୍ତି । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ବା Dearness Relief ମଧ୍ୟ ୪% ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨ %କୁ ବୃଦ୍ଧି ପାଇଛି । ଏଥିରୁ ପ୍ରାୟ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଧାରୀ ଉପକୃତ ହେବେ । ସପ୍ତମ ବେତନ ଆୟୋଗର ସୁପାରିଶ ପରେ ମହଙ୍ଗା ଭତ୍ତାରେ ଏହି ବୃଦ୍ଧି କରାଯାଇଛି । ଜାନୁଆରୀ ରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ ପ୍ରଥମ ଛଅ ମାସ ପାଇଁ ଏହି ବୃଦ୍ଧି କରାଯାଇଛି ।

ତେବେ ଏହା ସହିତ କେନ୍ଦ୍ର କର୍ମଚାରୀ ଙ୍କୁ ମଧ୍ୟ ସରକାର ଦୁଇ ମାସର ବକେୟା ବା DA Arrears ଦେବେ । ଜାନୁଆରୀ ୧ରୁ DA ଓ DR ର ବୃଦ୍ଧି କରାଯିବ । ଏହି କାରଣରୁ ଜାନୁଆରୀ ଓ ଫେବୃଆରୀର ବର୍ଦ୍ଧିତ ମହଙ୍ଗା ଭତ୍ତା ବକେୟା ଭାବରେ ଦିଆଯିବ । ଅର୍ଥାତ୍ କର୍ମଚାରୀଙ୍କ ମାର୍ଚ୍ଚ ଦରମା ବୃଦ୍ଧି ପାଇବ ।

ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ ସାଲେରୀ ଷ୍ଟ୍ରକ୍ଚରର ଏକ ଅଂଶ । ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ବୃଦ୍ଧି କରାଇଥାନ୍ତି । ମୁଦ୍ରାସ୍ଫୀତି ଅଧିକ ହେଲେ DA ହାରରେ ବୃଦ୍ଧି ହୁଏ । ଏହାପୂର୍ବରୁ ସରକାର ଗତ ୬ ମାସ ପୂର୍ବେ ଡିଏରେ ୪ ପ୍ରତିଶତ ବୃଦ୍ଧି କରିଥିଲେ । ସେତେବେଳେ ଡିଏକୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ହୋଇଥିଲା । ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀଙ୍କ DA କୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ତେବେ କୌଣସି କେନ୍ଦ୍ର କର୍ମଚାରୀଙ୍କ ବେସିକ୍ ଦରମା ମାସକୁ ୨୫,୫୦୦ ଟଙ୍କା ରହିଛି । ଏହିପରି ଭାବରେ ୩୮ ପ୍ରତିଶତ ହାରରେ ତାଙ୍କୁ ଡିଏରେ ୯,୬୯୦ ଟଙ୍କା ମିଳୁଥିଲା । ବର୍ତ୍ତମାନ ମହଙ୍ଗା ଭତ୍ତାର ୪ ପ୍ରତିଶତ ବୃଦ୍ଧି ପରେ ଏହି ପରିମାଣ ୧୦,୭୧୦ ଟଙ୍କାକୁ ବୃଦ୍ଧି ପାଇବ । ଅର୍ଥାତ୍ ପ୍ରତି ମାସରେ କର୍ମଚାରୀଙ୍କ ବେତନରେ ୧,୦୨୦ ଟଙ୍କା ବୃଦ୍ଧି ହେବ । ଜାନୁଆରୀ ଓ ଫେବୃଆରୀ ମାସର ବକେୟା ମାର୍ଚ୍ଚ ମାସର ଦରମା ସହିତ ଯୋଡାଯିବ । ଏହା ସହିତ ମାର୍ଚ୍ଚରେ ଡିଏ ମଧ୍ୟ ଆସିବ । ଏହିପରି କର୍ମଚାରୀଙ୍କ ଦରମା ଏହି ମାସରେ ୩,୦୬୦ ଟଙ୍କା ବୃଦ୍ଧି ପାଇବ । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ DA ଓ DR କୁ ବୃଦ୍ଧି କରନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ଏହାକୁ କରିବାକୁ ନେଇ ସମୟ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.