ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨ ମହଲା ପର୍ଯ୍ୟନ୍ତ ସବୁକିଛି ପୋଡି ପାଉଁଶ, ଫସିଛନ୍ତି ମହିଳା ଓ ପିଲା

ଇନ୍ଦୋରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ୫ ମହଲା ବିଶିଷ୍ଟ ହୋଟେଲର ୨ ମହଲା ପର୍ଯ୍ୟନ୍ତ ସବୁକିଛି ପୋଡି ପାଉଁଶ ହୋଇଯାଇଛି। ହୋଟେଲ ରୁମରେ ଫସିଛନ୍ତି ମହିଳା ଓ ପିଲା ।

ଇନ୍ଦୋରର ରାଉରେ ପାପାୟା ଟ୍ରି ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ହୋଟେଲର ସବୁ ବିଲିଡିଂରେ ବ୍ୟାପି ଯାଇଛି । ହୋଟେଲ ରୁମରେ ଫସିଚନ୍ତି ମହିଳା ଏବଂ ପିଲା । ଭୟଙ୍କର ନିଆଁ ଯୋଗୁଁ ଧୂଆଁରେ କିଛି ଦେଖାଯାଉନାହିଁ । ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୩ଟି ଗାଡି ଏବଂ ୫ଟି ଟ୍ୟାଙ୍କର ଲାଗିଛି । ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଛି ।

ସୂଚନା ମୁତାବକ, ହୋଟେଲରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାର ସମସ୍ୟା ସୃଷ୍ଟି ହେଉଛି । ଫସିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ପିଲା ସାମିଲ ରହିଛନ୍ତି । ଧୂଆଁ ଯୋଗୁଁ ମହିଳା ଜଣକ ବେହୋସ ହୋଇପଡିଛନ୍ତି । ସମସ୍ତ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଉଛି ବୋଲି ସୂଚନା ମିଳିଛି । ତେବେ ହୋଟେଲରେ ନିଆଁ କେମିତି ଲାଗିଲା ତାହା ଜଣାପଡିନାହିଁ ।

୫ ମହଲା ବିଶିଷ୍ଟ ବିଲିଡିଂରେ ୬୦ ରୁମ ରହିଛି । ନିଆଁ ଯୋଗୁଁ ୨ ମହଲା ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହୋଇଯାଇଛି । ଫସିଥିବା ଲୋକଙ୍କୁ କ୍ରେନ ସାହାଯ୍ୟରେ ସିଢି ଲଗାଇ ଉଦ୍ଧାର କରାଯାଇଛି । ତେବେ କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ଚାଦର ସାହାଯ୍ୟରେ ଓହଳି ତଳକୁ ଓହ୍ଲାଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.