ବଢିପାରେ କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ସମୟସୀମା

କେନ୍ଦ୍ର ସରକାର କର୍ମଚାରି ମାନଙ୍କ ପେନସନ ସହ ଜଡିତ କେନ୍ଦ୍ରୀୟ କର୍ମଚାରୀ ଭବିଷ୍ୟନିଧି ସଂଗଠନର ନିୟମ ଗୁଡିକରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏହା ଦ୍ୱାରା ପେନସନ ପାଇବାର ସମୟ ସୀମା ବଢ଼ିଯାଇପାରେ । ଏହି ନିୟମ ଜାରି ହେବାପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ଗ୍ରହଣର ସମୟ ସୀମା ୫୮ ବର୍ଷରୁ ବଢି଼ ୬୦ ବର୍ଷ ହେବ । ସରକାର ଇପିଏଫ ଆକ୍ଟ ୧୯୫୨ରେ କିଛିଟା ପରିବର୍ତ୍ତନ ଆଣି ଅବସର ଗ୍ରହଣର ସମୟ ସୀମାକୁ ଆହୁରି ୨ ବର୍ଷ ବଢ଼ାଇ ଦେଇ ପାରନ୍ତି । ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟର ୨ୟ ବୈଠକରେ ହିଁ ଏହା ଉପରେ ଅଧିକ ନିଷ୍ପତି ନିଆଯିବ । ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟରୁ ମଞ୍ଜୁରୀ ମିଳିବା ପରେ ହିଁ ଶ୍ରମ ମନ୍ତ୍ରାଳୟ ଏହାକୁ କ୍ୟାବିନେଟର ଅନୁମତି ନିମନ୍ତେ ପଠାଇବ । ଏହା ଦ୍ୱାରା କର୍ମଚାରୀ ମାନଙ୍କ ଅବସର ଗ୍ରହଣ ସମୟ ଆହୁରି ୨ ବର୍ଷ ବଢିବା ସହ ପେନସନ ଫଣ୍ଡକୁ ତିରିଶ ହଜାର କୋଟି ଟଙ୍କାର ମୁକ୍ତି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.