ପାକିସ୍ତାନ ଏବଂ ଚୀନ୍ ସୀମାରେ ସେନାର ୧୦ହଜାର କୋଟି ଟଙ୍କାର ଆକାଶ ମିସାଇଲର ପ୍ରସ୍ତାବ ଉପରେ ନିଷ୍ପତି ନେଲା ରକ୍ଷା ମନ୍ତ୍ରାଳୟ

ପାକିସ୍ତାନ ଏବଂ ଚୀନ୍ ସହିତ ପର୍ବତୀୟ ସୀମାର ମାଧ୍ୟମରେ ବିମାନ ଗୁଡିକର କୌଣସି ପ୍ରକାରର ପ୍ରବେଶକୁ ରୋକିବା ପାଇଁ ରକ୍ଷା ମନ୍ତ୍ରାଳୟ ଆକାଶ ପ୍ରାଇମ୍ ମିସାଇଲ୍ ର ଦୁଇଟି ରେଜିମେଣ୍ଟସକୁ ହାସିଲ୍ କରିବାର ପ୍ରସ୍ତାବ ଉପରେ ଚର୍ଚ୍ଚା କରିବାକୁ ଏବେ ପ୍ରସ୍ତୁତ । ଯାହାଦ୍ବାରା ୧୫ ହଜାର ଫୁଟ୍ ର ଉଚ୍ଚା ସ୍ଥାନରୁ ଏହାକୁ ସଜାଗ ରଖାଯାଇପାରିବ ।

ନୂଆ ଆକାଶ ମିସାଇଲ୍ ଯେଉଁଥିରେ ପୂର୍ବ ମାନଙ୍କ ତୁଳନାରେ ବିସ୍ତାରିତ ପ୍ରଦର୍ଶନର ରେଞ୍ଜ ରହିବ । ଯାହାକୁ ଲଦାଖର ଉଚ୍ଚ ଅଞ୍ଚଳରେ ରଖାଯିବା ପାଇଁ ପ୍ରସ୍ତୁତ କରାଯାଉଛି । ଯାହା ପାକିସ୍ତାନ ଏବଂ ଚୀନ୍ ଦୁଇଟି ଦେଶର ସୀମାବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ। ରକ୍ଷା ମନ୍ତ୍ରାଳୟ ଆକାଶ ପ୍ରାଇମର ଦୁଇଟି ରେଜିମେଣ୍ଟସ୍ କୁ ପ୍ରାପ୍ତ କରିବା ପାଇଁ ପାଖାପାଖି ୧୦ହଜାର କୋଟି ଟଙ୍କାର, ସେନାର ପ୍ରସ୍ତାବରେ ବିଚାର କରିବା ପାଇଁ ନିର୍ଦ୍ଧାରିତ ଅଟେ । ଆକାଶ ପ୍ରାଇମ୍ ମିସାଇଲ୍ ସେନାରେ ପ୍ରଥମରୁ ମହଜୁଦ ମିସାଇଲ୍ ପ୍ରଣାଳୀର ଉନ୍ନତ ସଂସ୍କରଣ ଅଟେ । ଏହି ପ୍ରସ୍ତାବ ଉପରେ ଆଜି ରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଆଲୋକଚନା କରାଯିବ ।

ଏହାସହ ପଢନ୍ତୁ:

ସମୁଦ୍ର ଭିତରେ ଡଙ୍ଗାରେ ବୁଲି ମଜା ନେଉଥିଲେ ଏହି ଦମ୍ପତି, ହଠାତ୍ ମୁଣ୍ଡ ଉପରକୁ ଲମ୍ଫ ମାରିଲା Whale, ଦେଖନ୍ତୁ…

ଡିଆରଡିଓ ଦ୍ବାରା ଭାରତରେ ଏହି ଆକାଶ ମିସାଇଲ୍ ର ପ୍ରଣାଳୀକୁ ବିକସିତ କରାଯାଇଛି ଏବଂ ରକ୍ଷା କରିବାରେ ସଫଳ ସାବ୍ୟସ୍ତ ହୋଇଛି । ଅନ୍ଯପଟେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବ ଲଦାଖରେ କୋଲ୍ ଚିୱାଙ୍ଗ ରିନଚେନ୍ ବ୍ରିଜ୍ ର ଉଦଘାଟନ କରିବେ । ଯାହା ଦୁରବୁକ୍ ଏବଂ ଦୌଲତ୍ ବେଗ୍ ଓଲଡିଆରେ ଅବସ୍ଥିତ ।