କେବଳ ଟିକ୍‌ଟକ୍‌ ବନ୍ଦ ହେଲେ ଚୀନ୍‌ର ହେବ ୧୦୦ କୋଟିର ଘାଟା, ଚିନ୍ତା କରନ୍ତୁ ୫୯ ଆପ୍‌ ବ୍ୟାନ୍‌ ହେଲେ କେତେକ କ୍ଷତି ସହିବ ଚୀନ୍‌

କେନ୍ଦ୍ର ସରକାର ସୋମବାର ଦିନ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ୫୯ ଜଣ ଚୀନୀ ଆପ୍‌କୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା ସମ୍ପୃକ୍ତ ଆପ୍‌ କମ୍ପାନୀ ସମେତ ଚୀନ୍‌କୁ ମଧ୍ୟ ବଡ଼ ଆର୍ଥିକ କ୍ଷତି ହେବ। କେବଳ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଦ୍ୱାରା କମ୍ପାନୀକୁ ୧୦୦ କୋଟି ଟଙ୍କାର କ୍ଷତି ହେବ। ଏହି ଗୋଟିଏ ଆପ୍‌ରୁ ଯଦି ଚୀନ୍‌ର ଏତେ ବଡ଼ କ୍ଷତି ହେବ ଏଥିରୁ ଅନୁମାନ କରିପାରୁଥିବେ ବାକି ଆପ୍‌ରୁ ଚୀନ୍‌ କେତେ କ୍ଷତି ସହିବ।

Google removes bad Tiktok reviews from Play Store post backlash in ...

ରିପୋର୍ଟ ମୁତାବକ ଭାରତରେ କେବଳ ମାର୍ଚ୍ଚରୁ ମେ ୨୦୨୦ ମାସ ମଧ୍ୟରେ ୧୦ରୁ ୫ଟି ସବୁଠୁ ଅଧିକ ଡାଉନ୍‌ଲୋଡ୍‌ ହୋଇଥିବା ଆପ୍‌ ଚୀନ୍‌ କମ୍ପାନୀର ବୋଲି ଜଣାପଡ଼ିଛି। ଏଥିରେ ଟିକ୍‌ଟକ୍‌, ଜୁମ୍‌, Helo, Uvideo ଓ ୟୁସି ବ୍ରାଉଜର ରହିଛି। ମାତ୍ର ଏହି ତାଲିକାରେ ଜୁମ୍‌ ଆପ୍‌ର ନାଁ ନାହିଁ।

Indian gov banned dozen of Chinese apps including top social media ...

ଏହି ମାମଲାରେ ସାଇବର ଏକ୍ସପର୍ଟ ଓ ସୁପ୍ରିମ୍‌କୋର୍ଟର ଓକିଲ ପବନ ଦୁଗଲ କହିଛନ୍ତି ଯେ ଭାରତ ସରକାରଙ୍କ ତରଫରୁ ଏହି ପଦକ୍ଷେପ ବହୁ ପୂର୍ବରୁ ଗ୍ରହଣ କରିବାର ଥିଲା। କିନ୍ତୁ ଡେରିରେ ହେଉପଛେ ଏଭଳି ନିଷ୍ପତ୍ତି ନେଇଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।ଦୁଗଲ କହିଛନ୍ତି ଯେ ସରକାର ଖୁବ୍‌ଶୀଘ୍ର ଭାରତୀୟ ଷ୍ଟାଟଅପ୍‌ କମ୍ପାନୀରେ ଚୀନୀ କମ୍ପାନୀ ଦ୍ୱାରା କରାଯାଉଥିବା ନିବେଶ ଉପରେ ରୋକ୍‌ ଲଗାଇବା ପ୍ରସ୍ତୁତି ଆରମ୍ଭ କରିବା ଉଚିତ। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନୀ କମ୍ପାନୀଙ୍କ ଦ୍ୱାରା ଏହି ଷ୍ଟାଟଅପ୍‌ରେ ପ୍ରାୟ ୮ ବିଲିୟନ୍‌ ଡଲାର ନିବେଶ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.