ବାହାଘର ପାଇଁ ପ୍ରସ୍ତୁତ ଥିଲେ ଦୁଇ ପରିବାର, କିନ୍ତୁ ମଙ୍ଗନ ଦିନ ବର ମୋବାଇଲକୁ ଆସିଲା କନ୍ୟାର ଅଶ୍ଳୀଳ ଫଟୋ

ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଥିଲ।। ଗୋଟେ ଦିନ ପରେ ବାଜିଥାନ୍ତି ଶେହନାଇ କିନ୍ତୁ ଏମିତି କିଛି ଘଟିଲା ସବୁ କିଛି ଓଲଟପାଲଟ ହୋଇଗଲା। ବିବାହର ଗୋଟେ ଦିନ ପୂର୍ବରୁ ବରର ମୋବାଇଲ ବାଜି ଉଠିଲା, ଯେଉଁଥିରେ ଆସିଥିଲା କନ୍ୟାର ଆପତ୍ତିଜନକ ତଥା ଅଶ୍ଳୀଳ ଫଟୋ। ଯାହାକୁ ଦେଖି ବରର ପାଦ ତଳୁ ମାଟି ଖସିଯାଇଥିଲା। ଏହାକୁ ଦେଖି ବିବାହ କରିବାକୁ ଆଉ କେଉଁ ବର ରାଜି ହୋଇପାରେ। କନ୍ୟାକୁ ବିବାହ କରିବା ପାଇଁ ବର ରୋକଠୋକ୍‌ ମନା କରିଦେଲେ। ଏହି ଘଟଣାକୁ ନେଇ କନ୍ୟାର ବଡ ଭଉଣୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ପୋଲିସ ମକଦ୍ଦମା ମଧ୍ୟ ରୁଜୁ କରି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ୨୮ ଜୁନ୍‌ରେ ରାମନଗରର ଜଣେ ଯୁବତୀଙ୍କ ବିବାହ ମଉର ଜଣେ ଯୁବକଙ୍କ ସହିତ ହେବାକୁ ଥିଲା। ବିବାହରେ ମାତ୍ର ଗୋଟେ ଦିନ ଥିଲା, ଏଥିପାଇଁ ଉଭୟଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତ ସରିଥିଲା। କିନ୍ତୁ ବିବାହର ଗୋଟେ ଦିନ ପୂର୍ବରୁ ବରର ମୋବାଇଲକୁ କନ୍ୟାର କିଛି ଫଟୋ ଆସିଥିଲା, ଯାହାକୁ ଦେଖି ବର ସ୍ତବ୍ଧ ହୋଇଯାଇଥିଲା। ଏହି ଫଟୋରେ କନ୍ୟାର ସବୁ ଅଶ୍ଳୀଳ ଏବଂ ଆପତ୍ତିଜନକ ଫଟୋ ରହିଥିଲା।

rr

ବର ଏହିସବୁ କଥା ଘରର ଲୋକଙ୍କୁ ଜଣାଇବା ପରେ ସେମାନେ ବଧୂ ପକ୍ଷକୁ ଏହି ବିଷୟରେ ଜଣାଇଥିଲେ। ଏହିସବୁ ଫଟୋ ଦେଖିବା ପରେ ବର ବାହା ହେବାକୁ ମନା କରିଦେଇଥିଲେ। ଏହା ଶୁଣି ମଧ୍ୟ କନ୍ୟା ପକ୍ଷର ଲୋକେ ଆଚମ୍ବିତ ହୋଇଯାଇଥିଲେ। କନ୍ୟାର ବଡ ଭଉଣୀ ଏପରି କାମ କେହି ଜଣେ ସମ୍ପର୍କୀୟ କରିଥାଇପାରନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି। ଖୁବଶୀଘ୍ର ଆରୋପୀଙ୍କୁ ଗିରଫ କରାଯାଇ ଦୋଷୀକୁ ହାଜତ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.