ସୂବର୍ଣ୍ଣ ସୁଯୋଗ : ବର୍ଷକ ପାଇଁ ବ୍ୟବହାର କରନ୍ତୁ ନାହିଁ ସ୍ମାର୍ଟଫୋନ , ମିଳିବ ପୁରସ୍କାର ୭୨ ଲକ୍ଷ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ଜୀବନର ଏକ ଅଂଶ ପାଲଟିଛି ସ୍ମାର୍ଟଫୋନ। ଏପରିକି ମୋବାଇଲ ଫୋନ ବା ସ୍ମାର୍ଟଫୋନ ବିନା ଗୋଟିଏ ସେକେଣ୍ଡ ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏହିକୁ ନଜରରେ ରଖି ଏକ ଅଭିନବ ଉପାୟ ବାହାର କରିଛି ଅନ୍ତର୍ଜାତୀୟ କମ୍ପାନି। ଆଜ୍ଞା ହଁ, ଅନ୍ତର୍ଜାତୀୟ ପାନୀୟ କମ୍ପାନି କୋକାକୋକା ନିଜର ନୂଆ ପାନୀୟ ଭିଟାମିନଓ୍ଵାଟରର ପ୍ରମୋସନ ଲାଗି ଏକ ପ୍ରତିଯୋଗିତା କରୁଛି। ଏହି ପ୍ରତିଯୋଗିତାରେ କମ୍ପାନି ୧,୦୦,୦୦ ଡଲାର (ପାଖାପାଖି ୭୨ ଲକ୍ଷ ଟଙ୍କା) ପୁରସ୍କାର ରଖିଛି। ଏହି ପ୍ରତିଯୋଗିତାର ସର୍ତ୍ତ ଅଛି କି ବର୍ଷକ ପାଇଁ ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ ନାହିଁ। ଯୋଗାଯୋଗ ତଥା ବାର୍ତ୍ତାଲାପ ପାଇଁ  କମ୍ପନି ୧୯୯୬ର ଏକ ଫିଚର ଫୋନ୍‌ ଦେବ।

mobile 2

ଭିଟାମିନଓ୍ଵାଟରର ବ୍ରାଣ୍ଡ ମ୍ୟାନେଜର ନତାଲିୟା ସୁସରେଜଙ୍କ କହିବାନୁଯାୟୀ, ଯଦି ଆପଣ ଭାବୁଛନ୍ତି କି ଏହି ପ୍ରତିଯୋଗିତାରେ ଭାଗ ନେଲେ ଆପଣଙ୍କୁ ଆପଣଙ୍କ କାମ ଛାଡ଼ିବାକୁ ହେବ ତେବେ ଆପଣ ଭୁଲ। ଆପଣ ଗୁଗୁଲ ହୋମ କିମ୍ବା ଆମାଜନ୍‌ ଏଲେକ୍ସା ଦ୍ୱାରା ସଞ୍ଚାଳିତ ଲ୍ୟାପଟପ୍‌ କିମ୍ବା ଡେକ୍ସଟପ୍‌ କମ୍ପ୍ୟୁଟର ଓ ସ୍ମାର୍ଟ ଡିଭାଇସ୍‌ର ଉପଯୋଗ କରି ପାରିବେ। ଯଦି ଆପଣ ପୁରସ୍କାର ରାଶି ଜିତୁଛନ୍ତି ତେବେ ଆପଣ କୌଣସି ସ୍ମାର୍ଟଫୋନ୍‌ କିମ୍ବା ଟବଲେଟର ଉପଯୋଗ କରି ପାରିବେ ନାହିଁ। ଫୋନ୍‌ରେ କଥା ହେବା ପାଇଁ ଆପଣଙ୍କୁ କମ୍ପାନି ଦ୍ୱାରା ପ୍ରଦାନ କରାଯାଇଥିବା ୧୯୯୬ର ଫିଚର ଫୋନ୍‌ ଉପଯୋଗ କରିବାକୁ ହେବ।

mobile 3

କିପରି ନେବେ ଭାଗ :

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ୨୦୧୯ ଜାନୁଆରି ୮ ପର୍ଯ୍ୟନ୍ତ ନିଜର ନାମ ରେଜିଷ୍ଟ୍ରେସନ୍‌ କରି ନିଅନ୍ତୁ। ପ୍ରତିଯୋଗିତାରେ ପ୍ରବେଶ କରିବା ପାଇଁ ଆପଣଙ୍କୁ ହାସ୍‌ଟ୍ୟାଗ୍‌ #nophoneforayear #contestର ଉପଯୋଗ କରିବାକୁ ପଡ଼ିବ ଓ ଲେଖିବାକୁ ହେବ କି, ଆପଣ କ’ଣ କରିବେ। ଯଦି ଆପଣଙ୍କୁ ଗୋଟିଏ ବର୍ଷ ପାଇଁ ନିଜର ଫୋନ୍‌ର ବ୍ୟବହାର ନକରିବା ଅସମ୍ବବ ଲାଗୁଛି। ତେବେ ଆପଣ ଭାରତରେ ଆପଣ ୭.୨ଲକ୍ଷ ଟଙ୍କାର ପୁରସ୍କାର ପାଇଁ ଛଅମାସର ସମୟ ବାଛି ପାରିବେ। ଆପଣ ଠକିବାକୁ ଚେଷ୍ଟା କରିବେ ନାହିଁ, କାରଣ ଆପଣଙ୍କୁ ଏହି ପୁରସ୍କାର ରାଶି ଜିତିବା ପାଇଁ ଲାଇ-ଡିଟେକ୍ଟର ପରୀକ୍ଷା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.