ଅତିଶୀଘ୍ର ଦେଶର ୫୦ଟି ରେଳଷ୍ଟେସନ ଓ ୧୫୦ଟି ଟ୍ରେନର ହେବ ଘରୋଇକରଣ

ତେଜସ ପରେ କେନ୍ଦ୍ର ସରକାର ଦେଶର ରେଳ ଷ୍ଟେସନ ଓ ଟ୍ରେନ ଗୁଡିକର ଘରୋଇକରଣ ପ୍ରକ୍ରିୟା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଖୁବ ଶୀଘ୍ର ଦେଶର ୫୦ଟି ରେଳଷ୍ଟେସନ ଓ ୧୫୦ଟି ଟ୍ରେନର ଘରୋଇକରଣ ଖୁବ ଶୀଘ୍ର କରାଯିବ । କିଛି ଦିନ ପୂର୍ବରୁ ଦେଶର ଅନ୍ୟ ଏକ ସେମି ହାଇ ସ୍ପିଡ଼ ଟ୍ରେନ ‘ତେଜସ’ କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘରୋଇକରଣ କରିଥିଲେ । ଏହା ପରେ କେନ୍ଦ୍ର ସରକାର ଦେଶର ଏହି ଟ୍ରେନ ଓ ଷ୍ଟେସନ ଗୁଡିକର ଘରୋଇ କରଣ କରିବା ନେଇ ନିଷ୍ପତି ନେଇଛନ୍ତି । ଏହି ବାବଦରେ ନୀତି ଆୟୋଗର ଚ୍ୟାରମ୍ୟାନ ଅମିତାଭ କାନ୍ତ ରେଳ ବିଭାଗ ବୋର୍ଡର ମୁଖ୍ୟଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି । ପୂର୍ବରୁ ରେଳ ବିଭାଗ ଦେଶର ପାସେଞ୍ଜର ଟ୍ରେନ ଗୁଡିକର ସଂଚାଳନ ପାଇଁ ପ୍ରାଇଭେଟ ଅପରେଟର ମାନଙ୍କୁ ଦାୟିତ୍ୱ ଦେବାର ବ୍ୟବସ୍ଥା କରିଥିଲେ ।

ଏହା ସହ ପଢନ୍ତୁ: ଦୀପାବଳିରେ ଜିଓ ଦେଲା ବଡ଼ ଝଟକା, ଏବେ ଅନ୍ୟ ନେଟୱାର୍କରେ କଥା ହେଲେ କଟିବ ପଇସା

ତେଣୁ କରି ପ୍ରଥମ ସ୍ତରରେ ୧୫୦ ଟି ଟ୍ରେନକୁ ଘରୋଇକରଣ କରିବାର ଉଦ୍ୟମ ହେଉଛି । ଏହା ସହ ନୀତି ଆୟୋଗ ଚ୍ୟାରମ୍ୟାନ ଏହା ମଧ୍ୟ କହିଛନ୍ତି ୫୦ ଗୋଟି ଷ୍ଟେସନର ଘରୋଇକରଣ ବାବଦରେ ସେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ ବିସ୍ତାରରେ ଆଲୋଚନା କରିସାରିଛନ୍ତି । ଏହାକୁ ପ୍ରଥମେ ପ୍ରାଥମିକତା ଦିଆଯିବା ନେଇ ଏକ ପ୍ରକାର ସ୍ଥିର ହୋଇସାରିଛି । ଏହା ସହ ଶ୍ରୀଯୁକ୍ତ କାନ୍ତ ଏହା ମଧ୍ୟ କହିଛନ୍ତି ଯେ ଏହି ବୋର୍ଡର ପ୍ରାଥମିକ ସଦସ୍ୟ ଭାବେ ଇଂଜିନିୟରିଂ ବୋର୍ଡର ସଦସ୍ୟ,ରେଳ ଟ୍ରାଫିକ ବିଭାଗର ଏକ ଦଳକୁ ମଧ୍ୟ ସାମିଲ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.