Below header

SBIର ଏହି ସ୍କିମରେ ଜମା କରନ୍ତୁ ଘରେ ରଖିଥିବା ସୁନା, କରିପାରିବେ ଏକ୍ସଟ୍ରା ରୋଜଗାର ଜାଣନ୍ତୁ କେମିତି

ଯଦି ଆପଣଙ୍କ ଘରେ ସୁନା ମୁଦ୍ରା କିମ୍ବା ସୁନାର ଗହଣା ରଖିଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ୍ସଟ୍ରା ରୋଜଗାରର ମାଧ୍ୟମ ହେବ। ଆମେ ଏଠି ଏହା ଏଥିପାଇଁ କହୁଛୁ କାରଣ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (SBI) ଏକ ଖାସ୍‌ ସ୍କିମ ଆଣିଛି। ଏହି ସ୍କିମ ସାହାଯ୍ୟରେ ଆପଣ ଗୋଲ୍ଡ ରଖି ସୁଧ ନେଇପାରିବେ। ଏହି ସ୍କିମର ନାମ ହେଉଛି ଗୋଲଡ୍‌ ଡିପୋଜିଟ୍‌ ସ୍କିମ (R-GDS)। ଏହି ସ୍କିମରେ ଆପଣ ସୁନା ଜମା କରିବା ଦ୍ୱାରା ଆପଣଙ୍କୁ ସୁଧ ସହିତ ଅନେକ ଫାଇଦା ମଧ୍ୟ ମିଳିବ।

ଏସବିଆଇ ଆପଣଙ୍କ ଗହଣାର ଶୁଦ୍ଧତା ଦେଖି ଆପଣଙ୍କୁ ଜମା କରିବାର ପ୍ରମାଣ ପତ୍ର ଦେବ। ସେହିପରି ଯେତେବେଳେ ଜମାର ଅବଦ୍ଧି ଶେଷ ହୋଇଯିବ ତେବେ ୩,୪,୫ କିମ୍ବା ୬ ବର୍ଷ ପରେ ଆପଣ ସେହି ସୁନାକୁ ଗୋଲଡ୍‌ ରୂପରେ କିମ୍ବା କ୍ୟାସ୍‌ ରୂପରେ ସୁଧ ସହିତ ସେହି ସମୟର ଦାମ ଆଧାରରେ ନେଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଖାସ୍‌ ସ୍କିମ ବିଷୟରେ।

scheemeକେତେ ମିଳିବ ସୁଧ

STBD ସ୍କିମରେ ଏକ ବର୍ଷ ପାଇଁ ୦.୫୦ ପ୍ରତିଶତ ସୁଧ ଦିଆଯାଉଛି। ଦୁଇ ବର୍ଷ ପାଇଁ ୦.୫୫ ପ୍ରତିଶତ ଏବଂ ତିନି ବର୍ଷ ପାଇଁ ୦.୬୦ ପ୍ରତିଶତ ରହିଛି। ସେହିପରି ଲମ୍ଭା ଅବଧି ବିଶିଷ୍ଟ ଅର୍ଥାତ ୫-୭ ବର୍ଷ ପାଇଁ ଆପଣଙ୍କୁ ୨.୨୫ ପ୍ରତିଶତ ବର୍ଷକୁ ସୁଧ ମିଳିବ। ୧୨-୧୫ ବର୍ଷ ପାଇଁ ୨-୫ ପ୍ରତିଶତ ବର୍ଷକୁ ସୁଧ ମିଳିବ।

କିଏ କରିପାରିବେ ଏଥିରେ ନିବେଶ

ଏସବିଆଇର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଭାରତରେ ରହୁଥିବା କୌଣସି ବି ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ। ଏଥିରେ ସିଙ୍ଗଲ ଏବଂ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ।

goldକେତେ ସୁନା କରିପାରିବେ ଜମା

ଏହି ସ୍କୀମରେ ଅତିକମରେ ୩୦ ଗ୍ରାମ ସୁନା ବାଧ୍ୟତାମୂଳକ। ଏଥିରେ ଅଧିକର କିଛି ଲିମିଟ ନାହିଁ।

ଲୋନର ଫାଇଦା

ଆପଣ ଏସବିଆଇର କୌଣସି ବି ଖାତାରେ ଗୋଲଡର ମୌଳିକ ମୂଲ୍ୟର ୭୫ ପ୍ରତିଶତର ଋଣର ଲାଭ ଉଠାଇପାରିବେ। ଅର୍ଥାତ ଆପଣଙ୍କୁ ଏସବିଆଇର ଗୋଲଡ୍‌ ଡିପୋଜିଟ୍‌ ସ୍କୀମରେ ଲୋନ ଉପରେ ମଧ୍ୟ ଫାଇଦା ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟେ ବର୍ଷ ପୂର୍ବରୁ ଯଦି ଆପଣ ଟଙ୍କା ଉଠାଉଚନ୍ତି ତେବେ ପେନାଲ୍ଟୀ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.