Below header

ସର୍ଭେ କୁହେ ବିଲେଇ ମଧ୍ୟ ମୁହଁରେ ପ୍ରକାଶ କରିଥାଏ ନିଜ ମନର ଭାବନା

ମଣିଷଙ୍କ ଭଳି ବିଲେଇଙ୍କ ମୁହଁରେ ବି ପ୍ରକାଶ ପାଏ ଭାବନା। ସେମାନେ ମଧ୍ୟ ଖୁସିଥିଲେ ହସିଥାନ୍ତି ଓ ଦୁଃଖରେ ଥିଲେ କାନ୍ଦିଥାନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ବିଲେଇର ମୁହଁର ଭାବକୁ ଜାଣିବାରେ ସକ୍ଷମ ହୋଇଥାନ୍ତି। ନିକଟରେ ହୋଇଥିବା ଏକ ରିସର୍ଚ୍ଚର୍ରୁ ଏହି ସତ ସାମ୍ନାକୁ ଆସିଛି। କାନାଡ଼ାର ୟୁନିଭର୍ସିଟି ଅଫ୍‌ ଗୁଏଲ୍ଫର ଡିପାର୍ଟମେଣ୍ଟ ଅଫ୍‌ ଆନିମଲ ବାୟୋ ସାଇନ୍ସର ଗବେଷକ ବିଲେଇଙ୍କ ହାବଭାବକୁ ନେଇ କରିଥିବା ଗବେଷଣାରୁ ଏଭଳି ତଥ୍ୟ ପଦାକୁ ଆସିଛି।

ରିସର୍ଚ୍ଚରେ ୮୫ ଦେଶର ୬୦୦୦ ଲୋକଙ୍କଠାରୁ ବିଲେଇଙ୍କ ହାବଭାବ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ପ୍ରାୟ ୬୦ ପ୍ରତିଶତ ଲୋକ ହିଁ ବିଲେଇଙ୍କ ପ୍ରତିକ୍ରିୟାକୁ ଭଲ ଭାବେ ବୁଝିପାରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ ଲୋକ ହିଁ ୭୫ ପ୍ରତିଶତ ସ୍କୋର କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ବିଲେଇଙ୍କର ମଧ୍ୟ ଫେସିଆଲ ଏକ୍ସପ୍ରେସନ୍‌ ଅଛି, କିନ୍ତୁ ଅଧିକାଂଶ ଲୋକ ତାହାକୁ ଜାଣିପାରିନଥାନ୍ତି।

ଏହି ରିସର୍ଚ୍ଚରେ ଲୋକଙ୍କୁ ବିଲେଇଙ୍କର କେତେକ ସାଇଲେଣ୍ଟ ଭିଡିଓ ମଧ୍ୟ ଦେଖାଯାଇଥିଲା। କିନ୍ତୁ ସେଥିରେ ସେମାନଙ୍କ ଭାବନାକୁ ପଢ଼ିବାକୁ କଷ୍ଟ ହୋଇଥିଲା। ବିଲେଇଙ୍କ ଭାବନାକୁ ବୁଝିବା କଷ୍ଟ ବୋଲି ଗ୍ଵାଲେଫ ବିଶ୍ୱବିଦ୍ୟାଳୟର ପଶୁ ବ୍ୟବହାର ବିଶେଷଜ୍ଞ ସମର୍ଥନ ଜଣାଇଛନ୍ତି।

ଏହାସହ ପଢ଼ନ୍ତୁ: ମଝି ସମୁଦ୍ରରେ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଓ ଗୋଲିୟଥ୍‌ ଫିସ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ, ଦେଖନ୍ତୁ ଲାଇଭ୍‌ ଭିଡିଓ

ବିଶ୍ୱବିଦ୍ୟାଳୟର ପ୍ରଫେସର ଜର୍ଜିଆ ମେସନ୍‌ଙ୍କ କହିବାନୁସାରେ ସେ ନିଜ ବିଲେଇର ବ୍ୟବହାରକୁ ଭଲ ଭାବେ ବୁଝି ସେ ଖୁସି ଅଛି କି ନାହିଁ ଜାଣିପାରିଥାନ୍ତିି। କିନ୍ତୁ ଅଧିକାଂଶ ଲୋକ ଏତେ ଧୈର୍ଯ୍ୟର ସହ ବସି ବିଲେଇଙ୍କ ସମସ୍ତ ବ୍ୟବହାରକୁ ବୁଝିବାକୁ ସମର୍ଥ ହେଇନଥାନ୍ତି। ସର୍ଭେରେ ଲୋକମାନଙ୍କୁ କେବଳ ବିଲେଇଙ୍କ ମୁହଁଁ ହିଁ ଦେଖାଯାଇଥିଲା। ବିଲେଇ କେଉଁ ଅବସ୍ଥାରେ ଅଛି ତାହାକୁ ଉଭୟ ଭିଡିଓ ଓ ଅଡିଓରୁ ହଟାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.