ଜାଣନ୍ତୁ ବିଶ୍ୱର ଏହି ରାଷ୍ଟ୍ରମୁଖ୍ୟମାନେ କେତେ ପାଇଥାନ୍ତି ଦରମା

ପୃଥିବୀର ସବୁ ଦେଶର ଜଣେ ପ୍ରମୁଖ ଥାନ୍ତି । ଶକ୍ତି ଅନୁସାରେ କେତେକ ଦେଶରେ ରାଷ୍ଟ୍ରପତି ମାନେ ଦେଶର ମୁଖ୍ୟ ଆସନରେ ବସିଥିବା ବେଳେ କେତେକ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମାନେ ଏହି ଆସନରେ ଅଧିତିଷ୍ଟ ହୋଇଥାନ୍ତି । ପ୍ରତି ଦେଶ ନିଜ ରାଷ୍ଟ୍ର ମୁଖ୍ୟ ମାନଙ୍କୁ ବେତନ ଓ ଭତ୍ତା ସମେତ ଅନ୍ୟାନ ସୁବିଧା ସୁଯୋଗ ମାନ ମଧ୍ୟ ଯୋଗେଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ରାଷ୍ଟ୍ରମୁଖ୍ୟ ମାନଙ୍କର କେତେ ଦରମା ହୋଇଥାଏ । କଣ ଆପଣ ଜାଣନ୍ତି କି ଏହି ପୃଥିବୀର ଶ୍ରେଷ୍ଠ ବେତନ ଓ ଭତ୍ତା ପାଉଥିବା ରାଷ୍ଟ୍ରମୁଖ୍ୟଙ୍କ ସମ୍ପର୍କରେ । ତେବେ ଆସନ୍ତୁ ସେହି ମାନଙ୍କ ଉପରେ ଏକ ନଜର ପକାଇବା ।

ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଡୁଡାଈ ଫିଲିପ ୨,୨୦,୫୦୫ ଆମେରିକୀୟ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୧.୫୭ କୋଟି ଟଙ୍କା ହେବ ଦରମା ପାଇଥାନ୍ତି । ବର୍ତ୍ତମାନ ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମାକ୍ରନ ଥିବାବେଳେ । ଯଦିବା ଏଦୁହେଁ ସମାନ ଦରମା ପାଇଥାନ୍ତି । କିନ୍ତୁ ଅଧିକ କ୍ଷମତା ଫ୍ରାନ୍ସ ରାଷ୍ଟ୍ରପତିଙ୍କର ହିଁ ଅଛି ।

leader

ସେହିଭଳି ଆୟାରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବରଦକର ୨,୩୪, ୪୪୭ ଆମେରିକୀୟ ଡଲାର ଦରମା ପାଇଥାନ୍ତି । ଆଇସଲ୍ୟାଣ୍ଡ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ ଦରମା ପାଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଅଧିକ କ୍ଷମତା ପାଇଥାନ୍ତି । ତାଙ୍କ ଦରମା ହେଉଛି ୨,୪୨, ୬୧୯ ଆମେରିକୀୟ ଡଲାର ।

ଏହା ସହ ପଢନ୍ତୁ: ମୋ ଭବିଷ୍ୟତ ପାଇଁ ବାପା କ୍ଷୀର ବିକୁଥିଲେ, ଡ୍ରାଇଭିଂ କରୁଥିଲେ : ପ୍ରିୟମ୍‌ ଗର୍ଗ, ଜୁନିୟର ଟିମ୍‌ ଇଣ୍ଡିଆ ଅଧିନାୟକ

ଅନ୍ୟପକ୍ଷରେ ଦେଖିବାକୁ ଗଲେ ସ୍ୱିଡ଼େନ ରାଷ୍ଟ୍ରମୁଖ୍ୟ ଲଫାନ ପ୍ରାୟ ଅଢେଇ ଲକ୍ଷ ଆମେରିକୀୟ ଡଲାର ବାର୍ଷିକ ବେତନ ପାଇଥାନ୍ତି । ନିଜ କ୍ୟାରିୟରର ଆରମ୍ଭ ସେ ଏକ ବେଲଡ଼ର ଭାବେ ହିଁ କରିଥିଲେ । ୟୁରୋପୀୟ ରାଷ୍ଟ୍ର ବେଲ୍ଜିୟମ ପୃଥିବୀରେ ସବୁଠୁ ଅଧିକ ଆୟ ଲାଗିଥାଏ । ଏଠିକାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଅଛନ୍ତି ସୋଫି ବିଲମଶ । ସେ ବାର୍ଷିକ ୨, ୨୪,୯୬୪ ଆମେରିକୀୟ ଡଲାର ଦରମା ପାଇଥାନ୍ତି ।

ସେହିପରି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଦୋ ବାର୍ଷିକ ୨ ଲକ୍ଷ ୬୦ ହଜାର ଆମେରିକିୟ ଡଲାର ଦରମା ପାନ୍ତି । ଆଫ୍ରିକୀୟ ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ଦରମା କଥା ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ । ଜିଡିପି କ୍ଷେତ୍ରରେ ପଛରେ ଥିବା ଏହି ଦେଶର ମୁଖ୍ୟ ୨,୭୩, ୪୭୪ ଆମେରିକୀୟ ଡଲାର ଦରମା ପାନ୍ତି ।

leader

ଅଷ୍ଟ୍ରିଆ ଚାନ୍ସେଲର ବ୍ରିଗିତ ଵିୟୋର୍ଲିଂଙ୍କ ବାର୍ଷିକ ବେତନ ୩ଲକ୍ଷ ଆମେରିକୀୟ ଡଲାରରୁ ଉପରେ ।

ଚିନ ସହ ଭଲ ସମ୍ପର୍କ ରଖିଥିବା ଆଫ୍ରିକୀୟ ଦେଶ ମରିଟୋନିଆ ରାଷ୍ଟ୍ର ମୁଖ୍ୟ ମଧ୍ୟ କିଛି କମ ଦରମା ପାଆନ୍ତିନାହିଁ । ଚୀନ ଠାରୁ ଏହି ଦେଶର ଜିଡିପି ୨୪୦୦ ଗୁଣ କମ ହୋଇଥିଲେ ମଧ୍ୟ ଏହା ଚୀନ ରାଷ୍ଟ୍ରପତିଙ୍କ ସମକ୍ଷ ଦରମା ଭତ୍ତା ଆଦି ପାଇଥାନ୍ତି । ପ୍ରାୟ ବହୁ ସମୟରେ ଚର୍ଚ୍ଚାରେ ରହୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିନ୍ଦ ଏନ୍ଦ୍ରନ ୩, ୩୯, ୮୬୩ ଆମେରିକୀୟ ଡଲାର ଦରମା ବାବଦରେ ପାଇଥାନ୍ତି ।

ଏହା ସହ ପଢନ୍ତୁ: କିଲର୍ସ ନାଇଟରେ ଭାରତୀୟ ନୌସେନା ଜାଳିପୋଡି ଛାରଖାର କରିଥିଲା କରାଚୀ ବନ୍ଦର

donald

ଅନୁରୂପ ଭାବେ ଜର୍ମାନୀ ଚାନ୍ସେଲର ଏଞ୍ଜେଲ ମର୍କେଲ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସସ ପ୍ରାୟ ସମାନ ଦରମା ପାଇଥାନ୍ତି । ପୃଥିବୀର ଅନ୍ୟତମ ବଳିଷ୍ଠ ନେତା ଭାବେ ପରିଚିତ ଡୋନାଲଡ ଟ୍ରମ୍ଫ ପ୍ରାୟ ୪ ଲକ୍ଷ ଆମେରିକିୟ ଡଲାର ନିଜ ଦରମା ବାବଦରେ ଗ୍ରହଣ କରିଥାନ୍ତି । କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଟ୍ରମ୍ଫ ତାଙ୍କର ସବୁ ଦରମାକୁ ଦାନ ଆକାରରେ ଦେଇ ଦିଅନ୍ତି ।

ଆପଣ ଶୁଣି ହୁଏତ ଆଶ୍ଚଯ୍ୟ ହେବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଆନ ଲୁଙ୍ଗ ପୃଥିବୀର ଅନ୍ୟ ସମସ୍ତ ରାଷ୍ଟ୍ରମୁଖ୍ୟଙ୍କ ତୁଳନାରେ ଅଧିକ ଦରମା ପାଉଥିବା ବ୍ୟକ୍ତି ଅଟନ୍ତି । କିନ୍ତୁ ବିଶ୍ୱ ସ୍ତରରେ ନିଜପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ଷିକ ୧୯.୯୨ ଲକ୍ଷ ଟଙ୍କା ଦରମା ପାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.