ଏବେ ବି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରୁଛନ୍ତି କି, ତୁରନ୍ତ କରନ୍ତୁ ଏହି ପରିବର୍ତ୍ତନ

ଦେଶରେ ମୋଟରଯାନ ଅଧିନିୟମ,୨୦୧୯ ଲାଗୁ ହେବା ପରେ ଅକ୍ଟୋବର ମାସରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ଥିବା ନିୟମରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଛି। ଏଥିସହ ଗାଡ଼ିର ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌(RC) ମଧ୍ୟ ବଦଳିଯାଇଛି। ଅର୍ଥାତ୍‌ ଏବେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ୍‌ ସାର୍ଟଫିକେଟ୍‌ର ଫର୍ମାଟ୍‌ ମଧ୍ୟ ଏକା ପ୍ରକାର ହୋଇଯାଇଛି।

ଏହାସହ ପଢ଼ନ୍ତୁ: ୩ ଲକ୍ଷରୁ କମ୍‌ ମୂଲ୍ୟର କାର କିଣିବାକୁ ଚାହୁଁଛନ୍ତି କି, ଏହି କମ୍ପାନୀ ଆଣିଛି ସୁବର୍ଣ୍ଣ ସୁଯୋଗ

ନୂଆ ନିୟମ ଅନୁସାରେ ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ରେ QR କୋଡ୍‌ ଏବଂ ମାଇକ୍ରୋଚିପ୍‌ ଲାଗିଛି। ଏବେ ସମସ୍ତ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ,RCର ରଙ୍ଗ ଏବଂ ଛାପା ଏକା ପ୍ରକାରର ହେବ। ଏଥିସହ RC ଓ  DL ରେ ସମସ୍ତ ତଥ୍ୟ ମଧ୍ୟ ଗୋଟିଏ ସ୍ଥାନରେ ହେବ। ପୂର୍ବରୁ ଲାଇସେନ୍ସର ଫର୍ମାଟ ଅଲଗା ପ୍ରକାରର ଥିଲା ଏବଂ ସୂଚନା ମଧ୍ୟ ଭିନ୍ନ ଭିନ୍ନ ରହୁଥିଲା। ଏବେ QR କୋଡ ଏବଂ ଚିପ୍‌ରେ ପୁରୁଣା ସମସ୍ତ ରେକର୍ଡ ରହିବ।

ଡ୍ରାଇଭିଂ ଲାଇସେନ୍ସରେ ଲାଗିଥିବା ମାଇକ୍ରୋଚିପ୍‌ ଏବଂ QR କୋର୍ଡରେ ଆପଣଙ୍କ ସମସ୍ତ ତଥ୍ୟ ରହିବ। ଏହା ସାହାଯ୍ୟରେ କେନ୍ଦ୍ରୀୟ ଡାଟାବେସ୍‌ରୁ ଡ୍ରାଇଭର କିମ୍ବା ଗାଡ଼ି ସମ୍ପର୍କରେ ସମସ୍ତ ରେକର୍ଡ ବାହାର କରାଯାଇପାରିବ। QR କୋଡକୁ ରିଡ୍‌ କରିବା ପାଇଁ ଟ୍ରାଫିକ ପୁଲିସକୁ ହେଡିଂ ଟ୍ରାକିଂ ଡିଭାଇସ୍‌ ମଧ୍ୟ ଦେବାକୁ ଯୋଜନା କରାଯାଉଛି। ସମସ୍ତ DL ପଛପାଖେ ଏକ ଏମରଜେନ୍ସି ନମ୍ବର ମଧ୍ୟ ଲେଖା ଯାଇଛି। ଫଳରେ ଆବଶ୍ୟକ ବେଳେ ପୋଲିସ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ନମ୍ବର ସହ ସମ୍ପର୍କ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.