ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି, ଓଡ଼ିଶାରେ ଏଭଳି ଆୟୋଜନ ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ସମାରୋହ । କିଟ୍‌ ପରିସରରେ ଚାଲିଥିବା ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି । କହିଥିଲେ, ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ । ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଥିବାରୁ ଖୁସି । ‘ମୁଁ କବି ନୁହେଁ କିନ୍ତୁ କବିତାକୁ ଭଲ ପାଏ’ ।

ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି ଭେଙ୍କିୟା । କିଟ୍‌ ଓ କିସ୍‌କୁ ମଧ୍ୟ ପ୍ରଶଂସା କରିଛନ୍ତି । ଭାଇଚାରା ସୃଷ୍ଟି କରିବାରେ କବିତା ଏକ ମାଧ୍ୟମ । ଶାନ୍ତିପୂର୍ଣ୍ଣ ସମାଜ ପାଇଁ ବିକାଶ ଆବଶ୍ୟକ ବୋଲି ଭେଙ୍କିୟା କହିଛନ୍ତି । କବିତା ଜରିଆରେ ଶାନ୍ତି ଓ ଖୁସି ଆସିପାରେ । ସାହିତ୍ୟ ଓ କଳା ଦ୍ୱାରା ହିଂସାକୁ ରୋକାଯାଇପାରିବ । କବିତା ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିପାରିବ ବୋଲି ଭେଙ୍କିୟା କହିଛନ୍ତି । ଆଧ୍ୟାତ୍ମିକତା ପାଇଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି।

ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପଶୁ ସମ୍ପଦ, ମତ୍ସ୍ୟ ଓ ଗୋପାଳନ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଯୋଗଦେଇଛନ୍ତି। ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟରେ ବିଶ୍ୱ କବି ମହାକୁମ୍ଭ ଆରମ୍ଭ ହୋଇଥିଲା । ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ବିଶ୍ୱର ୮୨ ଦେଶରୁ ୧ ହଜାର କବି ଓ ପ୍ରତିନିଧି । ସେହିପରି ଓଡ଼ିଶାରୁ ୫ ଶହ କବି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ୪ ତାରିଖରେ କୋଣାର୍କ ଓ ୫ ତାରିଖରେ ଆଧ୍ୟାତ୍ମିକ କ୍ଷେତ୍ର ପୁରୀରେ ଆୟୋଜିତ ହୋଇଥିଲା ସମ୍ମିଳନୀ ।

ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ଭାଷାରେ ସର୍ବୋକୃଷ୍ଟ କବିଙ୍କ ପୁରଷ୍କୃତ କରାଯାଇଛି। ଇଂରାଜି ଭାଷା ପାଇଁ କବି ନାର୍‌ ଶର୍ମାଙ୍କୁ ସମ୍ମାନୀତ କରାଯାଇଛି। ସେହିପରି କାଦମ୍ବିନୀ ସମ୍ପାଦିକା ଡକ୍ଟର ଇତି ସାମନ୍ତଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.