ECIL ରେ ଖାଲିପଡିଛି ୩୦୦ ଟେକ୍ନିକାଲ ଅଫିସର ପୋଷ୍ଟ, ଆଜି ହିଁ କରନ୍ତୁ ଆବେଦନ

ଚାକିରି ଖୋଜୁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ । ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ଏକ ନୋଟିଫିକେସନ ଜାରି ହୋଇଛି। ଏଠାରେ ଅନେକ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ େଓ୍ଵବସାଇଟରେ ଦିଆଯାଇଥିବା ଅଧିସୂଚନା ନିଶ୍ଚତ ପଢନ୍ତୁ।
ଏଠାରେ ଇଲେକ୍ଟ୍ରୋନିକ ମ୍ୟାନୁଫ୍ୟାକ୍ଚରିଂ ସର୍ଭିସ ଡିଭିଜନ(EMSD) ସମେତ ବିଭିନ୍ନ ଡିଭିଜନ ଏବଂ ସାଇଟ୍ ପାଇଁ ଟେକ୍ନିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ecil.co.in କୁ ଯାଇ ୨୧ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ରେଜିଷ୍ଟ୍ରେସନ ପ୍ରକ୍ରିୟା ୧୧ ଡିସେମ୍ବରରୁ ଆରମ୍ଭ ହୋଇସାରିଛି।
ପଦବୀ ବିବରଣୀ : ୩୦୦
ଟେକ୍ନିକାଲ ଅଫିସର
ବୟସ ସୀମା: ଆବେଦନକାରୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ରଖାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛୁଟ୍ ମିଳିବ।
ମହତ୍ତ୍ୱପୂର୍ଣ୍ଣ ତାରିଖ :
ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୧ ଡିସେମ୍ବର ରହିଛି।
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ଅତି କମରେ ୬୦ ପ୍ରତିଶତ ମାର୍କ ସହିତ ECE/EEE/EIE/CSE/IT ଡିଗ୍ରୀ ରହିବା ଜରୁରୀ।
ଦରମା: ପ୍ରଥମ ବର୍ଷରେ ୨୫ ହଜାର ଟଙ୍କା ଏବଂ ଦ୍ୱିତୀୟ ବର୍ଷରେ ୨୮ ହଜାର ଏବଂ ତୃତୀୟ ବର୍ଷରେ ୩୧ ହଜାର ଟଙ୍କା ମିଳିବ।
ଆବେଦନ ପ୍ରକ୍ରିୟା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ http://www.ecil.co.in/ ଦିଆଯାଇଥିବା ନୋଟିଫିକେସନ ଲିଙ୍କରେ କ୍ଲିକ କରି ଡାଉନଲୋଡ କରି ଭଲ ଭାବେ ପଢନ୍ତୁ। ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ: