ପିଏଫ ଆକାଉଣ୍ଟର ଜରୁରୀ ସୂଚନା ପାଇବା ପାଇଁ ଶୀଘ୍ର କରନ୍ତୁ ନିଜ ଆକାଉଣ୍ଟକୁ ଅପଡେଟ, ଜାଣନ୍ତୁ ସହଜ ପ୍ରୋସେସ
ପ୍ରତ୍ୟେକ ଚାକିରିଆ ଲୋକ ନିଜ ଜୀବନରେ ଅର୍ଜିତ କରିଥିବା ପୁଞ୍ଜିର କିଛି ଅଂଶ ପିଏଫ ଖାତାରେ ଜମା କରିଥାଏ। ଏହି ଟଙ୍କା ତାଙ୍କୁ ଅବସର ସମୟରେ ମିଳିଥାଏ। ଏହାବ୍ୟତିତ ଚାକିରି କରିବା ସମୟରେ ଯଦି କିଛି ଜରୁରୀ ପରିସ୍ଥିତି ପଡେ ତେବେ ସେ ଏହି ସମୟରେ ଟଙ୍କା ଉଠାଇପାରିବେ। ଯେମିତିକି ଦେହ ଖରାପ ହେବା, ପିଲାଙ୍କ ପଢ଼ା ଖର୍ଚ୍ଚକୁ ନେଇ, ବିବାହ ଖର୍ଚ୍ଚ, ଘର କିଣିବା ଆଦିର ଖର୍ଚ୍ଚ ପାଇଁ ପିଏଫ ଆକାଉଣ୍ଟରୁ ଟଙ୍କା ବାହାର କରିପାରିବେ।
ସରକାର ବର୍ଷ ୨୦୦୪ ରେ ପୁରୁଣା ପେନସନ ସ୍କିମ କୁ ବନ୍ଦ କରିଦେଇଥିଲେ । ତେଣୁ ପ୍ରଥମେ ସରକାରୀ କର୍ମଚାରୀଙ୍କ ପାଇଁ ଭବିଷ୍ୟ ନିଧି ସଂଗଠନକୁ ତିଆରି କରାଯାଇଥିଲା। ପରେ ଏଥିରେ ପ୍ରାଇଭେଟ କର୍ମଚାରୀଙ୍କୁ ସାମିଲ କରାଗଲା। ପ୍ରତି ଇପିଏଫଓ ଖାତାଧାରକଙ୍କ ବେସିକ ସାଲେରୀର ୧୨% ଅଂଶ ପିଏଫ ରୂପରେ ପ୍ରତି ମାସରେ ଆକାଉଣ୍ଟରୁ କଟିଥାଏ। ଯାହା ସିଧା ତାଙ୍କର ସେଭିଂ ଲିଷ୍ଟରେ ରହିଥାଏ। ଏହାବ୍ୟତିତ Employer କମ୍ପାନୀ କର୍ମଚାରୀଙ୍କ ୧୨% ସାଲେରୀକୁ ପିଏଫରେ ଜମା କରିଥାଏ।
ଏଥିରେ ଜମା ହୋଇଥିବା ଟଙ୍କା କର୍ମଚାରୀ ତାଙ୍କ ଅବସର ସମୟରେ ସମ୍ପୂର୍ଣ୍ଣ ରୂପେ ପାଇଥାଏ। ଏହି ଖାତାରେ ଇପିଏଫଓ ନୋମିନେସନ ପ୍ରକ୍ରିୟା ପୁରା ହେବା ପରେ ଆପଣ ୭ ଲକ୍ଷ ଟଙ୍କାର ବୀମା ପଲିସିର ମଧ୍ୟ ଲାଭ ଉଠାଇପାରିବେ। ତେଣୁ ଏହି ଆକାଉଣ୍ଟରେ ଦିଆଯାଇଥିବା ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ଅପଡେଟ ରହିବା ଜରୁରୀ। କୌଣସି ପୁରୁଣା କଣ୍ଟାକ୍ଟ ଥିଲେ ଆପଣଙ୍କ ପାଖକୁ ନୂଆ ଅପଡେଟ ଯିବାରେ ଅସୁବିଧା ହେବ। ତେଣୁ ଶୀଘ୍ର ଏହାକୁ ଅପଡେଟ କରାଇଦିଅନ୍ତୁ। ଏହାକୁ କରିବା ପାଇଁ ଆପଣଙ୍କୁ କେବଳ ନେଟ୍ ର ଆବଶ୍ୟକତା ପଡ଼ିବ। ମାନେ ଆପଣ ଘରେ ବସି ଅନଲାଇନରେ ଏହାକୁ କରିପାରିବେ।
ପିଏଫ ଖାତାରେ ମୋବାଇଲ ନମ୍ବର ଏବଂ ଅନ୍ୟାନ୍ୟ ଡିଟେଲ୍ସ କୁ ଅପଡେଟ କରିବା ପାଇଁ ହେଲେ ଏହି ଷ୍ଟେପ କୁ ଫଲୋ କରନ୍ତୁ:
-ବ୍ୟାଙ୍କ ଡିଟେଲ୍ସ ଅପଡେଟ ପାଇଁ ଆପଣ ପ୍ରଥମେ https://unifiedportal-mem.epfindia.gov.in/memberinterface/ ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
-ପରେ UAN ନମ୍ବର, ପାସଓ୍ଵାର୍ଡ ଏବଂ କାପଚା ଏଣ୍ଟର କରାନ୍ତୁ।
-ଏହାପରେ ମ୍ୟାନେଜ ଅପସନକୁ କ୍ଲିକ କରନ୍ତୁ।
– ଏବେ ଏକ ନୂଆ ପେଜ ଖୋଲିବ ଯେଉଁଥିରେ ଆପଣ click on KYC Documents To add ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କୁ ବ୍ୟାଙ୍କ ଡିଟେଲ୍ସ ଅପସନକୁ ସିଲେକ୍ଟ କରିବାକୁ ହେବ।
-ଏହାପରେ ନିଜ ଆାକାଉଣ୍ଟ ନମ୍ବର ଏବଂ IFSC କୋଡ ଫିଲ କରନ୍ତୁ। ଶେଷରେ ଏହାକୁ ସେଭ କରନ୍ତୁ।
ମନେ ରଖନ୍ତୁ ବ୍ୟାଙ୍କ ଡିଟେଲ ବଦଳାଇବା ସମ୍ପର୍କରେ ଆପଣ କମ୍ପାନୀର HR କୁ କୁହନ୍ତୁ। କମ୍ପାନୀର HR ଏହି ଅପଡେଟକୁ ଆପ୍ରୁଭ କଲାପରେ ହିଁ ଇପିଏଫ ରେ ଏହା ଅପଡେଟ ହୋଇପାରିବ।
ମୋବାଇଲ ନମ୍ବର ଅପଡେଟ କରାଇବାର ଜାଣନ୍ତୁ ଷ୍ଟେପ:
-ପ୍ରଥମେ ଏହାର ଅଫିସିଆଲ େଓ୍ଵବସାଇଟ https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ।
– ଏହାପରେ କଣ୍ଟାକ୍ଟ ଡିଟେଲ୍ସ ଉପରେ କ୍ଲିକ କରନ୍ତୁ। ପରେ ମୋବାଇଲ ନମ୍ବର କୁ ଅପଡେଟ ଅପସନକୁ ଚୁଜ କରନ୍ତୁ।
-ମୋବାଇଲ ନମ୍ବରକୁ ଅପଡେଟ କରିବା ପାଇଁ ପ୍ରଥମେ ନୂଆ ନମ୍ବରକୁ ଦର୍ଜ କରନ୍ତୁ।
– ଏହାପରେ ମୋବାଇଲ ନମ୍ବରକୁ ଓଟିପି ନମ୍ବର ଆସିବ । ଯାହାକୁ ଦର୍ଜ କଲା ପରେ ଏହାକୁ ସବମିଟ କରନ୍ତୁ। ଏହାପରେ ଆପଣ ମୋବାଇଲ ନମ୍ବର ଓ ବ୍ୟାଙ୍କ ଡିଟେଲ୍ସ ଅପଡେଟ ହୋଇଯିବ।