ସରକାର କଲେ ବଡ ଘୋଷଣା ! ଏବେ ଆଉ ଅଟକିବନି ଇପିଏଫ୍‌ ଟଙ୍କା, ଜଲଦି ମିଳିଯିବ କ୍ଲେମ

ବର୍ଷ ୨୦୨୨ ସରିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଚାକିରି କରିଥିବା ଲୋକଙ୍କୁ ଖୁସିଖବର ଦେଇଛନ୍ତି । କେନ୍ଦ୍ର ଘୋଷଣା କରିଛି ଯେ, ବର୍ତ୍ତମାନ ସମସ୍ତ ଇପିଏଫ ଆକାଉଣ୍ଟଧାରୀଙ୍କ କ୍ଲେମକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ଏବଂ କୌଣସି କାରଣ ନ କହି କାହାର ଦାବି ବା କ୍ଲେମକୁ ରିଜେକ୍ଟ କରିବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଇପିଏଫ୍ ଥିବା ଲୋକଙ୍କ ପାଇଁ ବଡ ଆସ୍ୱସ୍ତିକର ଖବର ପ୍ରମାଣିତ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତି ମାସରେ କମ୍ପାନୀ କିମ୍ବା କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନରୁ ଇପିଏଫ୍ କଟାଯାଇଥାଏ, ଯାହା ଆବଶ୍ୟକତା ସମୟରେ ସୁଧ ସହିତ ଫେରସ୍ତ କରିବାର ନିୟମ ରହିଛି । ଯଦିଓ ଆକାଉଣ୍ଟଧାରୀମାନେ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ ଯେ, ଯେତେବେଳେ ସେମାନେ ଟଙ୍କା ଆବଶ୍ୟକ କରନ୍ତି, ସେତେବେଳେ ଆବେଦନ ସତ୍ତ୍ୱେ କୌଣସି କାରଣ ନ ଦେଇ ସେମାନଙ୍କର ଇପିଏଫ୍ ଦାବି ପ୍ରତ୍ୟାଖ୍ୟାନ କରାଯାଏ ।

ଏବେ ଏହାକୁ ନେଇ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ବିସ୍ତୃତ ଗାଇଡଲାଇନ୍ ଜାରି କରିଛି । ସରକାର କହିଛନ୍ତି ଯେ କୌଣସି ପରିସ୍ଥିତିରେ ସ୍ପଷ୍ଟ କାରଣ ନ ଦେଇ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ନୁହେଁ ଏବଂ ଏହାକୁ ଜାରି କରିବାକୁ ଅଧିକ ସମୟ ନ ଲାଗିବା ବି ଉଚିତ।

ମନ୍ତ୍ରଣାଳୟ ନିଜର ନୂଆ ଗାଇଡଲାଇନରେ କହିଛି ଯେ, ଯଦି ଇପିଏଫଓ ସହ ଜଡିତ କୌଣସି କ୍ଲେମ ଗ୍ରହଣ କରାଯାଏ ତେବେ ତୁରନ୍ତ ଏହାର ସମାଧାନ କରାଯିବା ଉଚିତ । ଯଦି ଫର୍ମ ପୂରଣ କରିବା ସମୟରେ ଆବେଦନକାରୀ କୌଣସି ଭୁଲ କରନ୍ତି, ତେବେ ସ୍ପଷ୍ଟ କାରଣ ଦର୍ଶାଇ ଏହାକୁ ଦୂର କରିବାକୁ କୁହାଯିବା ଉଚିତ, ଯାହା ଦ୍ୱାରା ଖୁବ୍ କମ୍ ସମୟ ମଧ୍ୟରେ କ୍ଲେମ୍ ସମାଧାନ ହୋଇପାରିବ । ଏହି ପ୍ରକ୍ରିୟାରେ ବି ଯଦି କୌଣସି କ୍ଲେମ୍ ପ୍ରତ୍ୟାଖ୍ୟାନ ହୁଏ, ତେବେ ଆବେଦନକାରୀଙ୍କୁ ଡାକି ତାଙ୍କୁ ନୂଆ କରି ଆବେଦନ କରିବାରେ ସାହାଯ୍ୟ କରିବାକୁ ପଡିବ । ଏହା ସହ ଯେଉଁ କାରଣରୁ ପୂର୍ବଥର ଫାଇଲ୍ ରିଜେକ୍ଟ ହୋଇଥିଲା, ତାଙ୍କୁ ସମସ୍ତ ତ୍ରୁଟି ବିଷୟରେ କହିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.