ଏବେ ଫେସବୁକରେ ବିଜ୍ଞାପନ ଦେବା ହେବ କଷ୍ଟକର , ଜାଣନ୍ତୁ କଣ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ : ଏବେ ଦେଶ ବିଦେଶରେ ଚାଲିଛି ନିର୍ବାଚନ ସମ୍ବନ୍ଧୀୟ ଅନେକ ପ୍ରସ୍ତୁତି। ଏନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ବିଜ୍ଞାପନ ଉପରେ ଏବେ ଫେସବୁକ୍ ପ୍ରତିବନ୍ଧକ ଲଗାଇଛି। ନିକଟରେ ଆସିଥିବା ଏକ ରିପୋର୍ଟରେ ଜଣାପଡିଛି, ଫେସବୁକ ଏହାର କୋଡ଼ିଂଗରେ କିଛିଟା ପରିବର୍ତ୍ତନ କରିଛି। ଏହା ଦ୍ବାରା ରାଜନୈତିକ ଦଳ ଗ୍ରାହକଙ୍କ ଡାଟାର କୌଣସି ଭୁଲ ବ୍ୟବହାର କରିପାରିବେ ନାହିଁ ।

ମିଳିଥିବା ସୂଚନା ମୁତାବକ, ଫେସବୁକରେ କରାଯାଉଥିବା ନିର୍ବାଚନୀ ବିଜ୍ଞାପନରେ ଥାର୍ଡ଼ ପାର୍ଟି ରାଜନୈତିକ ଦଳର ସମସ୍ତ ସୂଚନାକୁ ହାତାଉଥିଲେ। ଏପରିକି ଦଳ କଣ ପାଇଁ ଏବଂ କେଉଁ ଗ୍ରାହକଙ୍କୁ ଟାର୍ଗେଟ କରିଛନ୍ତି ତାହାର ମଧ୍ୟ ତଥ୍ୟ ଜାଣପାରୁଥିଲେ।

facebook-logo

କୋଡ଼ିଂଗ ପରେ ବାହାର ଏଜେନ୍ସିର ବିଜ୍ଞାପନ ହୋଇଛି ବନ୍ଦ

କମ୍ପାନୀ ନିୟମିତ ଭାବେ ଥାର୍ଡ଼ ପାର୍ଟିଙ୍କର ପ୍ଲଗିଂ ଡାଟାକୁ ବନ୍ଦ କରିବା ନେଇ ଚେଷ୍ଟା ଚଲାଇଛି। ଏପରି ଏନେଇ ସମସ୍ତ ରାସ୍ତାକୁ ମଧ୍ୟ ବନ୍ଦ କରିଛି। ଏହା ଦ୍ବାରା ଗ୍ରାହକଙ୍କ ଡାଟା ସୁରକ୍ଷିତ ରହିପାରିବ। ଏହି ସମୟରେ ଅଧିକାଂଶ ଦେଶ ନିର୍ବାଚନ ର ପ୍ରସ୍ତୁତି କରୁଥିବା ବେଳେ କମ୍ପାନୀ ଏହି ପଦକ୍ଷେପ ଉଠାଇବା ରାଜନୈତିକଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

facebook-users

ଭାରତ ଫେସବୁକରେ ଆଗରୁ ଥିବା ଲୋକସଭା ନିର୍ବାଚନକୁ ନଜର ରେ ରଖି ଏହାର ବିଜ୍ଞାପନ ପ୍ରଣାଳୀରେ କିଛିଟା ପରିବର୍ତ୍ତନ କରିଛି। ଏନେଇ ବିଜ୍ଞାପନ ଦେବା ପାଇଁ ବିଜ୍ଞାପନଦାତାଙ୍କୁ ନିଜର ପରିଚୟପତ୍ର ଏବଂ ଠିକଣା ଦେବାକୁ ପଡିବ। ଏଥିସହ ବିଜ୍ଞାପନ ତଳେ ଏକ ଡିସିଲେମିନେସନ ଚାଲିବ। ଯେଉଁଥିରେ ବିଜ୍ଞାପନଦାତାଙ୍କ ସମସ୍ତ ବିବରଣୀ ଦିଆଯିବ। ଏହା ଛଡା ଏକ ଲାଇବ୍ରେରୀ ପ୍ରସ୍ତୁତ କରାଯିବ ଯେଉଁଥିରେ ୭ ବର୍ଷ ଯାଏ ହୋଇଥିବା ନିର୍ବାଚନୀ ବିଜ୍ଞାପନର ସମସ୍ତ ସୂଚନା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.