Below header

୬ ବର୍ଷର ପୁଅ ସମ୍ମୁଖରେ ସ୍ତ୍ରୀକୁ ଲୁହା ଛଡରେ ପିଟି ପିଟି ହତ୍ୟା କଲା ସଇତାନ ସ୍ୱାମୀ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବେ ଘରେ ହତ୍ୟା କରିଛି । ଗାଁର ବାବୁଲା ସେନାପତି ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଲିଶାରାଣୀ ସେନାପତିଙ୍କୁ ଲୁହା ଛଡ଼ରେ ବାରମ୍ବାର ମୁଣ୍ଡକୁ ଆଘାତ କରି ହତ୍ୟା କରିଛନ୍ତି। ଏନେଇ ସେ ଥାନାରେ ଆତ୍ମସମର୍ପଣ କରିବା ଲାଗି ଯାଉଥିବା ବେଳେ ଅଧା ରାସ୍ତାରୁ ପୋଲିସ ଉଠାଇ ନେଇ ତାଙ୍କୁ ଅଟକ ରଖିଛି । ତେବେ ଏହି ବିଭତ୍ସ ହତ୍ୟାକାଣ୍ଡ ନିଜ ୬ ବର୍ଷର ପୁଅ ସମ୍ମୁଖରେ କରିଥିଲା ହତ୍ୟାକାରୀ ବାପା । ଆଉ ମାଁକୁ କିଭଳ ମାଡ଼ ମାରିଥିଲେ ସେ ନେଇ ନିଜ କୁନି କଣ୍ଠରେ କ୍ୟାମେରା ସାମ୍ମାରେ କହିଛି । ଘଟଣା ପରେ ମୃତ ଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ହତ୍ୟାକାଣ୍ଡ ପରିବାର କଳହ ଓ ପରକୀୟା ପ୍ରିତିରୁ ହୋଇଥିବା ଅନୁମାନ କରାଯାଉଛି ।

mur

ପରକୀୟା ପ୍ରୀତିରୁ ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ । ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବା ଲାଗି ହାତ ଧରିଥିବା ହାତରେ ଅତି ନିର୍ମମ ଭାବେ ହତ୍ୟା କରିବାକୁ ପଛାଇଲା ନାହିଁ ସଇତାନ ସ୍ୱାମୀ । ନରେନ୍ଦ୍ରପୁର ଗାଁର ବାବୁଲା ସେନାପତି ନିଜ ସ୍ତ୍ରୀ ଲିଶାରାଣୀଙ୍କୁ ଘରେ କେହି ନଥିବା ସୁଯୋଗ ନେଇ ଏକ ଲୁହା ଛଡରେ ୧୦ରୁ ୧୨ ଥର ମୁଣ୍ଡକୁ ବାଡେଇ ବାଡେଇ ଅତି ବିଭତ୍ସ ଭାବେ ହତ୍ୟା କରିଛି । ଲୁହା ଛଡରେ ବାରମ୍ୱାର ଆଘାତ ଫଳରେ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଲିଶାରାଣୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ଏହି ହତ୍ୟାକାଣ୍ଡ ଘଟିଥିଲା ନିଜ ୬ବର୍ଷର ପୁଅ ସମ୍ମୁଖରେ । ହତ୍ୟାକାରୀ ବାପା କିଭଳି ନିଜ ମାକୁ ଆକ୍ରମଣ କରିଥିଲେ ସେ ନିଜ ଆଖିରେ ଦେଖିଥିବା କଥାକୁ ସମସ୍ତଙ୍କୁ କହିଛି । ଆଉ ସେ ଜାଣି ନଥିଲା ବାପା କଣ ପାଇଁ ମାଁଙ୍କୁ ଏଭଳି ମାରୁଛନ୍ତି ଆଉ ତାଙ୍କ ଏଥିରେ ତାଙ୍କ ମା ଜୀବନ ହାରିବାକୁ ପଡିଛି । ମାଁକୁ କେଉଁ ଥିଲେ ମାରିଥିଲେ ଆଉ ଭୟରେ କାନ୍ଦୁଥିବା କଥା ସମସ୍ତଙ୍କୁ ରହିଛି କୁନି ଶିଶୁଟି ।

murder

ନରେନ୍ଦ୍ରପୁର ଗାଁର ବାବୁଲା ସେନାପତି ଦୀର୍ଘ ୧୩ ବର୍ଷ ହେଲା ଲିଶାରାଣୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ସନ୍ତାନ ଥିବା ବେଳେ ପାରିବାରିକ ଜୀବନ ଠିକ୍ ଠାକ୍ ଚାଲିଥିଲା । ବାବୁଲା ଭାରତୀୟ ସେନା ବାହିନୀରେ କାର‌୍ୟ୍ୟ କରୁଥିବା ବେଳେ ସେ ସେନାରୁ ଅବସର ନେଇଛନ୍ତି । ବାବୁଲା ବିବାହ ପରେ ନିଜ ଭାଉଜଙ୍କ ସମ୍ପର୍କ ରଖୁଥିବା ଅଭିଯୋଗ ଆଣିଛନ୍ତି ଲିଶାରାଣୀଙ୍କ ପରିବାର ଓ ଗାଁ ଲୋକେ । ଏହି ସମ୍ପର୍କକୁ ସହଜରେ ଗ୍ରହଣ କରୁନଥିଲେ ଲିଶାରାଣୀ । ଏଥିପାଇଁ ସବୁବେଳେ ନିଜ ପରିବାରରେ କଳହ ଲାଗି ରହିଥିଲା । ତେବେ ଆଜି କୌଣସି କାରଣରୁ ଉତକ୍ଷିପ୍ତ ହୋଇ ବାବୁଲା ଲିଶାରାଣୀଙ୍କୁ ହତ୍ୟା କରିଛନ୍ତି । ଏହା ସହ ଭାଉଜ ସହ ସମ୍ପର୍କ ହିଁ ଏହି ହତ୍ୟାକାଣ୍ଡର କାରଣ ବୋଲି ଅଭିଯୋଗ କରିଛନ୍ତି ଲିଶାରାଣୀଙ୍କ ପରିବାର ଲୋକେ । ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିବା କଳହ ଗାଁ ଲୋକେ ଓ ମହିଳା ସଂଘ ଦ୍ୱାରା ମଧ୍ୟ ଅନେକ ଥର ସମାଧାନ କରାଯାଇଛି । ଏହି ହତ୍ୟାକାଣ୍ଡରେ ବାବୁଲା ଓ ତାଙ୍କ ପରିବାର ଲୋକ ସଂପୃକ୍ତ ବୋଲି ଅଭିଯୋଗ କରିଛନ୍ତି ନରେନ୍ଦ୍ରପୁର ପଞ୍ଚାୟତର ମହିଳା ସଂଘ ସଭାନେତ୍ରୀ । ଏଥିପାଇଁ ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ସେ ଦାବୀ କରିଛନ୍ତି ।

murder 2

ଆଜି ସକାଳେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଲୋକେ ଦେଖିବାପରେ ଚମାଖଣ୍ଡି ଥାନା ପୋଲିସକୁ ଖବର ଦେଇଥିଲେ । ଚମାଖଣ୍ଡି ଥାନା ପୋଲିସ ଓ ଛତ୍ରପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଆଇରନ ରଡ୍ କୁ ମଧ୍ୟ ଜବତ କରିଛି । ତେବେ ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ହୋଇଥିବା ବେଳେ ମୃତ ମହିଳାଙ୍କ ପରିବାର ପକ୍ଷରୁ ପରକିୟା ପ୍ରତି ଯୋଗୁଁ ହୋଇଥିବା ଅଭିଯୋଗକୁ ମଧ୍ୟ ତଦନ୍ତ କରାଯାଉଥିବା କହିଛନ୍ତି ଏସଡିପିଓ ରମେଶ ସେଠୀ । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ ଦ୍ୱାରା ତଦନ୍ତ କରାଯାଇଥିବା ବେଳେ ଘଟଣାରେ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ ଜାରୀ ରଖିଥିବା ବେଳେ ହତ୍ୟାକାରୀ ସ୍ୱାମୀକୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।

ଏଭଳି ଏକ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.