Below header

କରୋନା ପାଇଁ Flipkart ବନ୍ଦ କଲା ସମସ୍ତ ସେବା, ବିପର୍ଯ୍ୟସ୍ତ ହେବକି ଅନଲାଇନ ସପିଙ୍ଗ !

କରୋନା ଭାଇରସ କାରଣରୁ ଇକମର୍ସ ସାଇଟ ଫ୍ଲିପ କାର୍ଟ ନିଜର ସମସ୍ତ ସେବା ଗୁଡିକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଛି । କମ୍ପାନୀର ଅଫିସିଆଲ ସାଇଟରୁ ହିଁ ଏବାବଦରେ ସୂଚନା ମିଳିଛି । କମ୍ପାନୀ ତରଫରୁ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛିକି ଆମେ ଅତି ଶୀଘ୍ର ନିଜ ସେବା ଗୁଡିକୁ ପୁଣି ଥରେ ଯୋଗାଇବୁ । ଫ୍ଲିପକାର୍ଟ ମୁଖ୍ୟଙ୍କ ଅନୁଯାୟୀ ଏବେ ବିଶ୍ୱବ୍ୟାପି ଏକ ଘଡ଼ିସନ୍ଧି ସମୟ ଚାଲିଛି । ଏହା ପୂର୍ବରୁ ଏମିତି ପରିସ୍ଥିତି କେବେ ବି ହୋଇନଥିଲା । ଏହା ସହ ଫ୍ଲିପକାର୍ଟ ସିଇଓ ବି ସମସ୍ତଙ୍କୁ ନିଜ ନିଜ ଘରେ ସୁରକ୍ଷିତ ଭାବେ ରହିବାକୁ ନିବେଦନ କରିଛନ୍ତି ।

କହି ରଖିବା ଉଚିତକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କରିଛନ୍ତି । ଏହା ସହ ସେ ପୂର୍ବପରି ଲୋକଙ୍କୁ ବିଭିନ୍ନ ଜରୁରୀ ସାମଗ୍ରୀ ମିଳିବ ବୋଲି କହିଛନ୍ତି । ରାସନ, କ୍ଷୀର, ଔଷଧ ପରି ଅତି ଜରୁରୀ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିବ ବୋଲି ଶ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି । ଭାରତୀୟ ରେଳବାୟୀ ସେବା ଆସନ୍ତା ମାର୍ଚ୍ଚ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.