ଇରାନରୁ ଦିଲ୍ଲୀ ଫେରିଲେ ୨୭୭ ଭାରତୀୟ, ସମସ୍ତଙ୍କୁ ୧୪ଦିନ ପାଇଁ ପଠାଗଲା କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିଲେ ୨୭୭ ଭାରତୀୟ। ଏମାନଙ୍କୁ ଉଦ୍ଧାର କରିଛନ୍ତି କେନ୍ଦ୍ର ସରକାର। ୨୭୭ ଭାରତୀୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଆସିଛି। ଏମନ ସମସ୍ତଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଡାକ୍ତର ସଂପୂର୍ଣ୍ଣ ସୁସ୍ଥ ହେବା ନେଇ ସେମାନଙ୍କ ରିପୋର୍ଟ ନଦେବା ପର୍ଯ୍ୟନ୍ତ କାହାରିକୁ ବି ଛଡାଯିବ ନାହିଁ। ଏହାପୂର୍ବରୁ ୨୩୪ଭାରତୀୟଙ୍କୁ ଇରାନରୁ ଅଣାଯାଇଥିଲା। ସ୍ୱଦେଶ ଫେରିଥିବା ସମସ୍ତ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.