ମୁଖ୍ୟ ଶାସନ ସଚିବଙ୍କ ସହାୟତାରେ ୨ଟି ସ୍ୱତନ୍ତ୍ର ବସରେ ଓଡିଶା ଫେରୁଛନ୍ତି ଆନ୍ଧ୍ରପ୍ରଦେଶରେ ଫସିଥିବା ୪୨ଜଣ ଛାତ୍ରଛାତ୍ରୀ

ଜଳେଶ୍ୱର: ଫେରୁଛନ୍ତି ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫଶିଥିବା ୪୫ଜଣ ବିଇଡି ପରୀକ୍ଷାର୍ଥୀ । ୨ଟି ସ୍ୱତନ୍ତ୍ର ବସରେ ଆନ୍ଧ୍ରରୁ ଓଡ଼ିଶା ଫେରୁଛନ୍ତି  ମୁଖ୍ୟ ଶାସନ ସଚିବଙ୍କ ସହାୟତାରେ ଏମାନେ ଓଡ଼ିଶା ଫେରୁଥିବା ଜଣାପଡିଛି। ଦିନ ୧ ଟାରେ ଏହି ୪୫ ଜଣ ଛାତ୍ରଛାତ୍ରୀ ପହଞ୍ଚିବେ ।

ତେବେ ଗତ ୧୬ତାରିଖରୁ ପ୍ରକାଶମ ଜିଲ୍ଲା ମାର୍କପୁରମକୁ ବିଏଡ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଓଡ଼ିଶାର ଏହି ଛାତ୍ରଛାତ୍ରୀ। ପରେ କରୋନା ଭାଇରସ ସତର୍କତା ପାଇଁ ଆନ୍ଧ୍ରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଫେରିନପାରି ସେଠାରେ ଅଟକି ରହିଥିଲେ। ଏକ ଭିଡିଓ ଜାରି କରି ତୁରନ୍ତ ସେମାନଙ୍କୁ ଓଡ଼ିଶା ଫେରାଇବାକୁ ରାଜ୍ୟ ସରକାରଙ୍କୁ ସେମାନେ ନିବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.