୧୩୪ ଜଣଙ୍କ ଜୀବନ ବଞ୍ଚାଇଥିବା ଡାକ୍ତର ଦମ୍ପତିଙ୍କ ଜୀବନ ନେଲା କରୋନା, ଦେଖନ୍ତୁ ଶେଷ ଦେଖା ବେଳର କିଛି କରୁଣ ଦୃଶ୍ୟ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ମାତ୍ର ଏତିକି ସମୟ ମଧ୍ୟରେ ଅନେକ ପରିବାରକୁ ଉଜାଡ଼ି ସାରିଲାଣି। ଏହି ଭାଇରସ ଲୋକଙ୍କୁ ଚିରଦିନ ପାଇଁ ଦୁଃଖ ଦେଇଯାଇଛି। କାହାର ବାପା ମରିଛି ତ ଆଉ କାହାର ମା। ଲୋକଙ୍କ ସେବାରେ ନିୟୋଜିତ ହୋଇଥିବା ଲୋକଙ୍କ ଉପରେ ମଧ୍ୟ ଦୟା କରିନି ଏହି ଭାଇରସ। ତେବେ ସୋସିଆଲ ମିଡିଆରେ ଏବେ କରୋନାକୁ ନେଇ ଏକ ଦମ୍ପତିଙ୍କ ଫଟୋ ଭାଇରାଲ ହେଉଛି।

corona virus 1

କୁହାଯାଉଛି ଯେ ଫଟୋରେ ଥିବା ଦମ୍ପତି ଇଟାଲୀର ଡାକ୍ତର। ସେମାନେ ଦୀର୍ଘ ଦିନ ଧରି କରୋନା ରୋଗୀଙ୍କ ଚିକିତ୍ସା କରି ପ୍ରାୟ ୧୩୪ ଜଣଙ୍କୁ ଜୀବନ ଦାନ କରିଛନ୍ତି। ମାତ୍ର ଏହି ଚିକିତ୍ସା କରିବା ମଧ୍ୟରେ ଉଭୟେ ସଂକ୍ରମିତ ହୋଇଥିଲେ। ଯେତେବେଳେ ଉଭୟେ ଜାଣିଲେ ଯେ ଆଉ ସେମାନେ ବଞ୍ଚିବେ ନାହିଁ, ସେତେବେଳେ ମେଡିକାଲରେ ଉଭୟେ ପରସ୍ପରର ପାଖକୁ ଆସି ଆଲିଙ୍ଗନ କରିଥିଲେ ଓ ଶେଷ କିଛି ସମୟ ପାଇଁ ଦୁହେଁ ଦୁହିଁଙ୍କୁ ଚାହିଁଥିଲେ। ଏ ଅବସରରେ ଶେଷ ଥର ପାଇଁ ସେମାନେ କିସ୍ ମଧ୍ୟ କରିଥିଲେ। କୁହାଯାଉଛି ଯେ ଦେଖାହେବାର ମାତ୍ର ଅଧଘଣ୍ଟା ପରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଦେଖନ୍ତୁ ଫଟୋ:

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କର୍ତ୍ତବ୍ୟ ତଥା ଅନ୍ୟକୁ ଜୀବନ ଦେବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇଥିବା ଏହି ଡାକ୍ତର ଦମ୍ପତିଙ୍କୁ ସମସ୍ତେ ସଲାମ କରିଛନ୍ତି।

ଅନ୍ୟପଟେ ଏହି ଭାଇରାଲ ଫଟୋକୁ କେହି କେହି ଫେକ ମଧ୍ୟ କହୁଛନ୍ତି। ଏହି ଫଟୋ ମେଡିକାଲରେ ନୁହେଁ ବରଂ ଏୟାରପୋର୍ଟରେ ଫଟୋଗ୍ରାଫର ଉଠାଇଥିବା କିଛି ଲୋକ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.