ଖବର କାଗଜରୁ କରୋନା ବ୍ୟାପିବା ନେଇ ସୂଚନା ଦେଲା WHO, କହିଲା ଏଭଳି …

କରୋନା ଭାଇରସର ଭୟବହତାକୁ ଦୃଷ୍ଟିରେ ରଖି ସମଗ୍ର ଭାରତବର୍ଷକୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହି ସମୟରେ ସମ୍ପୂର୍ଣ୍ଣ ଭାବେ ଘରେ ରହିବାକୁ ମୋଦି କହିଛନ୍ତି। କାରଣ କରୋନା ରୋକିବାର ଏହି ଗୋଟିଏ ମାତ୍ର ମାଧ୍ୟମ। ଆମେ ଘରେ ରହିଲେ ହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବା। ନଚେତ କେହି ଆମକୁ ରକ୍ଷା କରିପାରିବେ ନାହିଁ।

corona virus

ତେବେ ଘରେ ରହିବା ଭିତରେ ଲୋକେ ମୋବାଇଲ, ଟିଭି ସହ ପେପର ମଧ୍ୟ ପଢ଼ିବେ, ଯାହା ସ୍ୱାଭାବିକ କଥା। କିନ୍ତୁ ପେପର ବାହାରୁ ଆସୁଥିବାରୁ ସେଥିରେ ସଂକ୍ରମଣ ହେବା ଭୟ ଲୋକଙ୍କ ମଧ୍ୟରେ ରହୁଛି। ଫଳରେ କିଛି ଲୋକ ଏବେ ଘରକୁ ପେପର ଆଣିବା ବନ୍ଦ କରିଦେଇଛନ୍ତି। ଲୋକଙ୍କ ଏହି ଦ୍ଵିଧାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଘୋଷଣା କରିଛନ୍ତି।

Image result for newspaper

WHO ର କହିବାନୁସାରେ ଖବରକାଗଜ ମାଧ୍ୟମରେ କରୋନା ବ୍ୟାପେନାହିଁ। ଡବ୍ଲ୍ୟୁଏଚ୍‌ଓ ଗାଇଡ୍‌ଲାଇନ୍‌ରେ ମଧ୍ୟ ଏହା ଉଲ୍ଲେଖ ରହିଛି। ଖବରକାଗଜ ପ୍ୟାକେଟ୍‌ ଗ୍ରହଣ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଏଥିରେ ଦର୍ଶାଯାଇଛି। ଅତ୍ୟାଧୁନିକ ଖବରକାଗଜ ଛପା ପଦ୍ଧତି ବେଶ୍‌ ସୁରକ୍ଷିତ। ଏଥିରେ କାହାର ହାତ ବାଜି ନ ଥାଏ। ଅଟୋମେଟିକ ପ୍ରୋସେସରେ ଛପା କାର୍ଯ୍ୟ ହେଉଥିବାରୁ କରୋନା ହେବା ଭୟ ନାହିଁ। ଅନ୍ୟପଟେ ହକରମାନେ ମଧ୍ୟ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଏହାକୁ ଯୋଗାଇଥାନ୍ତି। ତେଣୁ ଏହାଦ୍ୱାରା କରୋନା ଭାଇରସ୍‌ ବ୍ୟାପେ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଣୁ ଏବେ ଆପଣ ବିନା ଚିନ୍ତାରେ ଘରକୁ ପେପର ଆଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.