ପାରଳାଖେମୁଣ୍ଡିରେ ଲକ୍ ଡାଉନକୁ ବେଖାତିର୍ କରି ଛେଚା ଖାଇଲେ ଯୁବକ

ପାରଳାଖେମୁଣ୍ଡି: ଗତକାଲି ମଧ୍ୟରାତ୍ରରୁ ସରକାର ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଯାହାପରେ ପୋଲିସ ବ୍ୟାପକ ସଚେତନତା କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ଅବସରରେ ଘରୁ ନବାହାରିବା ତଥା ବିନା କାରଣରେ ଗାଡିରେ ନବୁଲିବାକୁ ବାରଣ କରାଯାଇଛି।

policeତଥାପି କିଛି ଯୁବକ ପୋଲିସ କଥା ନମାନି ଆଜି ଉଗାଧୀ ପର୍ବ ପାଇଁ ପାରଳାଖେମୁଣ୍ଡି ଥାନା ପଛରେ ଥିବା ଆମ୍ବଗଛରୁ ଆମ୍ବ ତୋଲିବା ପାଇଁ ଯାଇଥିଲେ । ଯାହା ଥାନା ଅଧିକାରୀଙ୍କ ନଜରରେ ପଡିଥିଲା । ଉକ୍ତ ଯୁବକଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସେଠାରେ ପୋଲିସ୍ ପହଁଚି ଯୁବକମାନଙ୍କୁ ଉତ୍ତମ ମଧ୍ୟମ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.