ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ: ଗନ୍ଧ ଓ ସ୍ୱାଦ ବାରି ନ ପାରିବା, ହୋଇପାରେ କରୋନାର ପ୍ରାଥମିକ ଲକ୍ଷଣ ! ରିପୋର୍ଟ ଜାରି କଲେ ବିଭିନ୍ନ ଦେଶର ବୈଜ୍ଞାନିକ

ଗନ୍ଧ କିମ୍ବା ବାସ୍ନା ଶୁଙ୍ଘି ନ ପାରିବା ଏବଂ ସ୍ୱାଦ ବାରି ନ ପାରିବା ବି ହୋଇପାରେ କରୋନା ଭାଇରସ ସଂକ୍ରମଣର ପ୍ରାଥମିକ ଲକ୍ଷଣ । ଏ ନେଇ ବ୍ରିଟିଶ ବୈଜ୍ଞାନିକମାନେ ନିଜ ରିପୋର୍ଟରେ ଦାବି କରିଛନ୍ତି । ରିପୋର୍ଟ ମୁତାବକ, ସଂକ୍ରମଣ ଯୋଗୁ ଜ୍ଵାଳାମୟ ବା ଉତ୍ତେଜକ ସ୍ଥିତି ଲାଗିରହିଥାଏ, ଯଦ୍ଦ୍ଵାରା ଗନ୍ଧ ଶୁଙ୍ଘିବାର କ୍ଷମତା ପ୍ରଭାବିତ ହୋଇଥାଏ । ଏହାଛଡା ଅଲଗା ଅଲଗା ଦେଶର ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ସହମତି ଜଣାଇଛନ୍ତି । ସେମାନଙ୍କ କହିବା ହେଲା, ଏହି ସ୍ଥିତି ଏକ ସ୍କ୍ରିନିଂ ଟୁଲ ଭଳି କାମ କରିଥାଏ ।

mn

British Rheological Society ପ୍ରେସିଡେଣ୍ଟ ନିର୍ମଳ କୁମାରଙ୍କ କହିବା ମୁତାବକ, ସାଉଥ କୋରିଆ, ଚୀନ ଏବଂ ଇଟାଲୀରେ କରୋନା ପୀଡିତ ଲୋକଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳିଛି । ସାଉଥ କୋରିଆରେ 30 ପ୍ରତିଶତ କରୋନା ପୀଡିତ ଲୋକ ଗନ୍ଧ ଶୁଙ୍ଘି ନ ପାରିବା ସବୁଠାରୁ ପ୍ରମୁଖ କାରଣ ଥିଲା । ଜ୍ୱର, କାଶ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଛଡା ଏହା ମଧ୍ୟ ଏକ ଗୁରୁତର ଲକ୍ଷଣ, ଯାହାକି ଭାଇରସ ସଂକ୍ରମଣକୁ ଚିହିଁବାରେ ସହାୟକ ହୋଇପାରେ । ଏମିତି ହିଁ ରିପୋର୍ଟ American Academy of Otolaryngology ନିକଟରେ ଜାରି କରିଛି । ତେଣୁ ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖନ୍ତୁ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.