ରାସ୍ତା ଉପରେ ମିଳିଲା ଶାସ୍ତି: ଦେଖନ୍ତୁ ଭିଡିଓ କେମତି ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବାରୁ ଭୋଗିଲେ ଏଭଳି ଦଶା

ଜାମ୍ମୁ କାଶ୍ମୀର: ଗତକାଲି ରାତି ୧୨ଟାରୁ ସାରା ଦେଶ ଲାଗୁ ହୋଇଛି ଲକ୍‌ଡାଉନ୍‌ ନିୟମ । ଏହି ଘୋଷଣା କରିଥିଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତକୁ ଓ ଭାରତବାସୀଙ୍କୁ ମହାମାରୀ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା । ଏହି କଟକଣା ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ରହିବ ବୋଲି ମୋଦି କହିଥିଲେ । ତେବେ ଏହି ପରିପେକ୍ଷୀରେ ଜମ୍ମୁ କଶ୍ମୀରରେ ମଧ୍ୟ ଲକ୍‌ଡାଉନକୁ କଡାକଡି କରାଯାଇଛି । ଯେଉଁମାନେ ଏହି ଲକ୍ ଡାଉନକୁ ବେଖାତିର କରୁଛନ୍ତି ସେମାନଙ୍କୁ ଅତି ସରଳ ଭାବେ ରାସ୍ତା ଉପରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅଙ୍କିତ ହୋଇଥିବା ସର୍କଲରେ ବସାଇଦିଆଯାଉଛି। ଯାହାର ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.