Below header

ମୋର ଓଡିଆ ଭାଇ ଭଉଣୀମାନଙ୍କୁ ସଲମାନର ନମସ୍କାର: ଦେଖନ୍ତୁ ଏହି ଭିଡିଓ, କେମିତି ଓଡିଶାବାସୀଙ୍କୁ କରୋନାକୁ ନେଇ ସଚେତନତା ବାର୍ତ୍ତା ଦେଲେ ଭାଇଜାନ୍

ମୁମ୍ବାଇ: ମୋର ଓଡିଆ ଭାଇ ଭଉଣୀମାନଙ୍କୁ ସଲମାନର ନମସ୍କାର । ଏପରି କିଛି ଓଡିଆ କହି ସଲମାନ୍ କରୋନାକୁ ନେଇ ଓଡିଶାବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ନିକଟରେ ସେ ହକି ୱାଲ୍ଡ କପ୍ ପାଇଁ ଓଡିଶାବାସୀଙ୍କ ନିକଟକୁ ଆସିଥିବା କହିଥିଲେ । ଏହାସହ ସେ କରୋନାକୁ ନେଇ ବିଶେଷ ଭାବେ ସତର୍କ ରଖିବାକୁ ଅନୁରୋଧ କରିଛନ୍ତି ।

ଓଡିଶା ସରକାର ଦେଇଥିବା ସମସ୍ତ ନିୟମକୁ ସଠିକ୍ ଭାବେ ପାଳନ କରିବାକୁ ସେ କହିବା ସହିତ ଥଣ୍ଡା, ଛିଙ୍କ ହେଉଥିଲେ ବିଶେଷ ଧ୍ୟାନ ଦେବା, ଭଲ ଭାବେ ହାତ ଧୋଇବା ସହିତ ଅତି ଜରୁରୀ ନପଡିଲେ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି । ନିଜେ ନଜର ଧ୍ୟାନ ରହିଲେ ଯାଇଁ ଅନ୍ଯର ଧ୍ୟାନ ରଖିପାରିବେ ବୋଲି ବାର୍ତ୍ତା ଦେଇଛନ୍ତି ସଲମାନ୍ । ଏହାସହ ସେ କହିଛନ୍ତି କି କିଛି ଦିନର କଥା ତେଣୁ ସଭିଁଏ ନିୟମ ପାଳନ କରନ୍ତୁ ଏବଂ କରୋନାକୁ ବିଦାୟ ଦିଅନ୍ତୁ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.