କରୋନା ପାଇଁ ହାତ ଧୋଇବାକୁ କହୁଛନ୍ତି ସରକାର, କିନ୍ତୁ ଏହି ଦେଶରେ ପିଇବା ପାଣି ବି ସ୍ୱପ୍ନ

କରୋନା ଭାଇରସ ସହ ଲଢ଼ିବାକୁ କୌଣସି ବାଟ ନାହିଁ। ଏଣୁ ଘରେ ରହି ବାରମ୍ବାର ହାତ ମୁହଁ ଧୋଇବାକୁ ଡାକ୍ତରଙ୍କ ସମେତ ସରକାର ମଧ୍ୟ ପରାମର୍ଶ ଦେଉଛନ୍ତି। ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାଶରେ ହାତ ଧୋଇଲେ ଜୀବାଣୁ ମରିଯିବେ, ଫଳରେ ସଂକ୍ରମଣର ଭୟ ରହିବ ନାହିଁ। କିନ୍ତୁ ଦୁନିଆରେ ଏମିତି ବି ଦେଶ ରହିଛି ଯେଉଁଠାରେ ହାତ ଧୋଇବା ତ ଦୂରର କଥା, ପିଇବାକୁ ବି ପାଣି ମୁନ୍ଦେ ନାହିଁ। ସେହିଭଳି ଏକ ଦେଶ ହେଉଛି ୟେମେନ।

corona

ୟେମେନର ଲୋକମାନେ ଏତେ ଗରିବ ଯେ ସମସ୍ତଙ୍କ ଘରେ ବିଶୁଦ୍ଧ ପାଣି ବି ନାହିଁ। ସବୁବେଳେ ଯୁଦ୍ଧ ସ୍ଥିତିରେ ରହୁଥିବା ଏହି କ୍ଷୁଦ୍ର ଦେଶର ଏକ-ତୃତୀୟାଂଶ ଲୋକଙ୍କ ଘରେ ପାଇପ ପାଣି ନାହିଁ। ବୁନ୍ଦେ ପାଣି ପାଇଁ ସେମାନେ ପର ଉପରେ ନିର୍ଭର କରନ୍ତି। ଏମିତି ଅବସ୍ଥାରେ ଯଦି କରୋନା ଥରେ ଏହି ଦେଶରେ ପ୍ରବେଶ କରେ ତେବେ ସମ୍ପୂର୍ଣ୍ଣ ଦେଶ ଯେ ନିଶ୍ଚିହ୍ନ ହୋଇଯିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ରିପୋର୍ଟ ମୁତାବକ ଏବେ ଯାଏଁ ୟେମେନରେ ଗୋଟିଏ ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି।

yemen 2

ତେବେ ସେଠାକାର ଜଣେ ଅଧିବାସୀଙ୍କ କହିବାନୁଯାୟୀ ତାଙ୍କ ଘରେ ପାଣି ନଥିବାରୁ ସେ ପ୍ରତିଦିନ ୩ କିଲୋମିଟର ଦୂର ତାଙ୍କ ଭଉଣୀ ଘରକୁ ଯାଇ ପାଣି ଆଣନ୍ତି। ଏକ ଗଧ ପିଠିରେ ସେ ପାଣି ବୋହି ଆଣୁଥିବା କହିଛନ୍ତି। ଏହି ଗୋଟିଏ କଥାରୁ ସହଜରେ ଅନୁମାନ କରି ହେଉଛି କେମିତି ଥିବ ସେଠାକାର ସ୍ଥିତି। ପିଇବାକୁ ପାଣି ପାଉନଥିବା ଲୋକ କରୋନା ବେଳେ ନିଜକୁ କେମିତି ପରିଷ୍କାର ରଖିବେ ତାହା ବିରାଟ ପ୍ରଶ୍ନ।

Image result for yemen water problems

ସୂଚନାଯୋଗ୍ୟ ଯେ କରୋନା ଯୋଗୁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କୁ ଘରୁ ପଦାକୁ ନ ବାହାରିବାକୁ କୁହାଯାଇଛି। ନିୟମ ନ ମାନିଲେ କେତେକ ରାଜ୍ୟରେ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.