ଶେଷ ହେବ ମାଗଣା ଇଂନକମିଙ୍ଗ କଲ ସୁବିଧା, ଏଣିକି କଲ ରିସିଭ କଲେ ବି ଦେବାକୁ ପଡିବ ପଇସା

ଖୁବ ଶୀଘ୍ର ଦେଶର ବିଭିନ୍ନ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ନୂଆ ତାରିଫ ଦର ଲାଗୁ କରିଛନ୍ତି । ଯାହାଦ୍ୱାରା ଗ୍ରାହକ ମାନଙ୍କ ଖର୍ଚ୍ଚ ଦେଢ଼ ଗୁଣ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି । କମ୍ପାନୀ ଗୁଡିକ ଇଂକମିଙ୍ଗ କଲ ଉପରେ ଦର ବଢେଇବେ ବୋଲି ଯୋଜନା କରୁଛନ୍ତି । ଯାହାଦ୍ୱାରା ଗୋଟେ ନେଟୱର୍କରୁ ଆଉ ଏକ ନେଟୱର୍କକୁ କଲ କଲେ ପ୍ରତି ମିନିଟକୁ ୬ ପଇସା ଦେବାକୁ ପଡିବ । ଅଧିକାରୀଙ୍କ ତରଫରୁ କୁହାଯାଇଛିକି ଏହା ମାତ୍ର ଆରମ୍ଭ । କିନ୍ତୁ ଆସନ୍ତା କିଛି ଦିନ ଭିତରେ ମାଗଣା ଇଂକମିଙ୍ଗ କଲ ପଲିସୀ ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଏସବିଆଇ କ୍ୟାପିଟାଲ ସିକୁରିଟିଜର ମୁଖ୍ୟ ଅଧିକାରୀଙ୍କ ଅନୁଯାୟୀ ଏହା ପୂର୍ବରୁ ଜିଓ ଅନ୍ୟ ନେଟୱର୍କକୁ କଲେ ପ୍ରତି ମିନିଟକୁ ୬ ପଇସା ଦେବାକୁ ପଡିବ ବୋଲି ନୂଆ ନିୟମ ଲାଗୁ ହୋଇଥିଲା । ଏବେ ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ ଭଳି କମ୍ପାନୀ ଗୁଡିକ ଏଫୟୁସି ଚାର୍ଜ ଲଗେଇ ଦେଇଛନ୍ତି ।

airtel

ଏହା ସହ ପଢନ୍ତୁ: Xiaomi ଲଞ୍ଚ୍‌ କଲା ରେଡିଓ ପାଓ୍ଵାର ବ୍ୟାଙ୍କ, ମିଳିବ ଏହି ଖାସ୍‌ ଫିଚର

ସେ ଏହା ମଧ୍ୟ କହିଛନ୍ତି ଯେ ଭଏସ କଲ ଦର ପୂର୍ବ ପରି ପୁଣି ଥରେ ଲାଗୁ ହୋଇଯିବ । ସୂଚନା ମୁତାବକ ଦୂରସଂଚାର କମ୍ପନୀ ଗୁଡିକ ଆସନ୍ତା ୬ ରୁ ୮ ମାସ ଭିତରେ ପୁଣି ଥରେ ନିଜ ନେଟୱର୍କରେ ବି ମାଗଣା ଇଂନକମିଙ୍ଗ କଲ ସୁବିଧା ବନ୍ଦ କରିଦେବେ । ଦୂରସଞ୍ଚାର କମ୍ପାନୀ ଜିଓ ଆସନ୍ତା ଡିସେମ୍ବର ୬ ତାରିଖରେ ଯେବେ ନିଜ ନୂଆ ତାରିଫର ଘୋଷଣା କରିବ, ସେହି ସମୟରେ ପ୍ରତିଦ୍ବନ୍ଦୀ କମ୍ପାନୀ ଗୁଡିକ ତୁଳନାରେ ନିଜ ଗ୍ରାହକ ମାନଙ୍କୁ ଟିକେ ଅଧିକ ସୁବିଧା ଦେଇପାରିବ । ସୂଚନା ମୁତାବକ ସାରା ଦେଶରେ ଜିଓ କମ୍ପାନୀର ହିଁ ଅଧିକ ଗ୍ରାହକ ଅଛନ୍ତି । ଯାହା ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ହେଉଛନ୍ତି ପ୍ରିପେଡ ଗ୍ରାହକ । ତେଣୁ କମ୍ପାନୀ କମ ଶୁଳ୍କ ବଢ଼ାଇ ବି ଅଧିକ ଲାଭ ହାସଲ କରିପାରିବ । ଅନ୍ୟପକ୍ଷରେ ଅନ୍ୟ କମ୍ପାନୀ ଗୁଡିକର ୩୦ ପ୍ରତିଶତ ପୋଷ୍ଟପେଡ ଗ୍ରାହକ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.