Below header

ଲତା ମଙ୍ଗେସକରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଶିଶୁଟିର ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକାଂଶ ଲୋକମାନେ ନିଜର ଭିଡିଓ ଦ୍ବାରା ଲୋକପ୍ରିୟ ହେବାରେ ଲାଗିଛନ୍ତି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ପଶ୍ଚିମ ବଙ୍ଗଳାର ରାନାଘାଟ ଷ୍ଟେସନରେ ଗୀତ ବୋଲୁଥିବା ରାନୁ ମଣ୍ଡଳ, ଯାହାଙ୍କର ଗୋଟିଏ ଗୀତ ସୋସିଆଲ ମିଡିଆରେ ଆସିବା ପରେ ରାତାରାତି ଷ୍ଟାର ହୋଇଯାଇଥିଲେ। ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କର ଗୀତ ଗାଇବାର ସୋସିଆଲ ମିଡିଆରେ ସେୟାର କରିବା ପରେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକମାନଙ୍କର ଧାନ ତାଙ୍କ ଉପରେ ରହିଥିଲା। ବର୍ତ୍ତମାନ ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଇଣ୍ଟରନେଟ୍ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯଜନକ କଥା ହେଉଛି ଏହି ଶିଶୁଟିର ବୟସ ପାଖାପାଖି ୨ ବର୍ଷ ହେବ।

Kid-ଏହି ୨ ବର୍ଷର ଶିଶୁ ଲତା ମଙ୍ଗେସକରଙ୍କ ପ୍ରସିଦ୍ଧ ଗୀତ ‘ଲଗ ଜା ଗଲେ’ ଗାଉଥିବାର ନଜର ଆସିଛନ୍ତି। ଏହି ଗୀତ ୧୯୬୪ର ଫିଲ୍ମ ‘ୱୋ କନ୍ ଥି’ ର ଗୀତ। ଇଣ୍ଟରନେଟ୍ ରେ ଭାଇରାଲ ହେଉଥିବା ଏହି କୁନି ଶିଶୁଟିର ନାଁ ପ୍ରଜ୍ଞା ମେଧା। କୁନି ଶିଶୁଟି ଏହି ଗୀତଟିକୁ ଅତି ସୁମଧୁର ସ୍ବରରେ ଗାଉଥିବାର ନଜର ଆସିଛନ୍ତି। ଆଜ୍ଞା ହଁ ଆପଣମାନେ ମଧ୍ଯ ଏହି ଶିଶୁଟି ଗୀତ ଗାଇବାର ଭିଡିଓଟିକୁ ଦେଖିପାରିବେ।

https://www.instagram.com/p/B0GuoA_nlJb/?utm_source=ig_web_copy_link

ଏହାସହ ପଢନ୍ତୁ: ଫିଲ୍ମ ଶୁଟିଂ ପରେ କ’ଣ ହୋଇଥାଏ ସେଲିବ୍ରିଟିଙ୍କ ଦ୍ୱାରା ପିନ୍ଧାଯାଇଥିବା କପଡ଼ା?

ରିପୋର୍ଟ ଅନୁଯାୟୀ ରାନାଘାଟ ଷ୍ଟେସନରେ ଗୀତ ବୋଲୁଥିବା ରାନୁ ମଣ୍ଡଳ ରାତି ରାତି ଷ୍ଟାର ହୋଇଯାଇଥିଲେ। ଏହି ଭିଡିଓରେ ରାନୁ ଲତା ମଙ୍ଗେସକରଙ୍କର ଗୀତ ବୋଳିଥିବାର ନଜର ଆସିଥିଲେ, ଯାହାପରେ ହିମେଶ ରେସମିୟା ନିଜର ଫିଲ୍ମ ‘ହେପ୍ପୀ ହର୍ଡୀ ଏବଂ ହୀର’ରେ ରାସନୁଙ୍କୁ ଗୀତ ବୋଲିବାର ସୁଯୋଗ ଦେଇଥିଲେ। ଗତ କିଛି ଦିନ ହେବ ରାନୁ କେବଳ ଭୁଲ ବ୍ଯବହାର ଯୋଗୁ ବିବାଦରେ ରହିଛନ୍ତି। ସୂଚନା ଅନୁଯାୟୀ ଗୋଟିଏ ଇଭେଣ୍ଟରେ ଯେତେବେଳେ ଷ୍ଟେଜ୍ ରେ ରାନୁଙ୍କୁ ତାଙ୍କ ନୂଆ ଗୀତ ଗାଇବା ପାଇଁ କୁହାଯାଇଥିଲା ସେହି ସମୟରେ ହିଁ ରାନୁ ନିଜର ଗୀତ ଭୁଲି ଯାଇଥିଲେ।

https://www.instagram.com/p/B5kVEq5Feee/?utm_source=ig_web_copy_link

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.