କୁଚିଣ୍ଡା ଉପଖଣ୍ଡରେ ହାତୀ ଆତଙ୍କ, ଆକ୍ରମଣରେ ଜଣେ ମୃତ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡରେ ହାତୀ ଆତଙ୍କ । ବାମରା ଡିଭିଜନ ଗଡପୋଷ ସେକ୍ସନ ଅଧିନସ୍ଥ ମହୁଲମୁଣ୍ଡା ଗାଁର ସୁନୀଲ ନାୟକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ବିଲ ରାସ୍ତା ଦେଇ ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ଜଙ୍ଗଲୀ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀକୁ ଦେଖି ସୁନୀଲ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀ କବଳରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ସୁନୀଲଙ୍କ ମୃତ୍ୟୁ ହୋଇଥିଲା ।

ଖବର ପାଇ ବାମରା ରେଞ୍ଜର ରାଜଶ୍ରୀ ତୀର୍କୀ, ଗଡପୋଷ ଫରେଷ୍ଟର ପ୍ରମୋଦ ଦାସ, ତହସିଲଦାର ଅନିଲ କୁଲୁ, ଗୋବିନ୍ଦପୁର ଥାନା ଏସଆଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା, ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କ ପ୍ରଦାନ କରାଯାଇଛି । ସେପଟେ ଏନେଇ ଗଡପୋଷ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.