ସରକାରଙ୍କ ବଡ଼ ନିଷ୍ପତ୍ତି, ଖୁବ ଶୀଘ୍ର ମାଗଣା ରାସନ ବଣ୍ଟନକୁ ବନ୍ଦ କରାଯିବ, କେବେଠୁ ଓ କାହିଁକି ଜାଣନ୍ତୁ

ଯଦି ଆପଣ ବି ସରକାରଙ୍କ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି ତେବେ ଜା ଣିନିଅନ୍ତୁ ଯେ ଖୁବ ଶୀଘ୍ର ଏହି ଯୋଜନା ବନ୍ଦ ହେବାକୁ ଯାଉଛି। ବିଭାଗର କହିବା ଅନୁଯାୟୀ ଏହି ଯୋଜନାକୁ ଆଗକୁ ବଢ଼ାଇବାରେ ଅନେକ ଅସୁବିଧା ହୋଇପାରେ। ତେଣୁ ଏପରି ସ୍ଥିତିରେ ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନାକୁ ବହୁତ ଜଲଦି ବନ୍ଦ କରିହେବ ବୋଲି ଶୁଣିବାକୁ ମିଳିଛି।

ଯଦି ଆପଣ ବି ପ୍ରାଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭାର୍ଥୀ ତେବେ ଆପଣଙ୍କ ପାଇଁ ବଡ଼ ଖବର। ଏବେ ସରକାର ଏହି ଯୋଜନା କୁ ବନ୍ଦ କରିବାର ସମ୍ଭାବନା ରହିଛି । ବିଭାଗର ନିଷ୍ପତି ପରେ ସରକାର ଏହି ଯୋଜନାକୁ ବନ୍ଦ କରିବେ ବୋଲି ପ୍ଲାନିଂ ଚାଲିଛି।

ପ୍ରକୃତରେ କରୋନା କାଳରେ ଦେଶରେ ଗରିବ ପରିବାରଙ୍କ ଆୟ ହୋଇପାରୁନଥିଲା। ଏମିତିରେ ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ସରକାର ଏହି ଯୋଜନାକୁ ବାହାର କରିଥିଲେ। ଯାହାର ନାମ ରଖାଗଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY)। ଏହି ଯୋଜନାରେ ଯୋଗ୍ୟ ଲୋକଙ୍କୁ ମାଗଣାରେ ରାସନ ସୁବିଧା ଦିଆଯାଉଥିଲା। ଯାହାକି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବନ୍ଦ ହେବ ବୋଲି ଶୁଣିବାକୁ ମିଳିଛି। ବିତ୍ତ ମନ୍ତ୍ରାଳୟ ଅନ୍ତର୍ଗତ ଆସୁଥିବା ବ୍ୟୟ ବିଭାଗ ସରକାରଙ୍କୁ ଏହା ସମ୍ପର୍କରେ ପ୍ରସ୍ତାବ ଦେଇଥିଲା ଯେ ଏହାକୁ ସେପ୍ଟେମ୍ବର ମାସର ଆଗକୁ ଯେପରି ନବଢ଼ାଯାଉ।

କ’ଣ କହିଲା ବିଭାଗ, ଜାଣନ୍ତୁ:
ବ୍ୟୟ ବିଭାଗର କହିବା ଅନୁଯାୟୀ ଏହି ଯୋଜନା ଦେଶରେ ବିତ୍ତୀୟ ବୋଝକୁ ବଢ଼ାଉଛି। ଯାହାକି ଆଦୌ ଉଚିତ ନୁହେଁ। ଗତ ମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଦିଆଯାଉଥିବା ଡ୍ୟୁଟି ବା ଟାକ୍ସକୁ କମ କରିବା ଫଳରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ର ଅତିରିକ୍ତ ଟାକ୍ସ ରାଜସ୍ୱ ଉପରେ ପଡ଼ିଥିଲା। ଏମିତିରେ ମାଗଣା ରାସନ ଅଧିକ ଦିନ ଦେଲେ ଅହୁରି ଅସୁବିଧା ହୋଇପାରେ। ଏବେ ମହାମାରୀ ପ୍ରଭାବ କମ ହେବା ପରେ ମାଗଣା ରାସନ ଦେବା ଯୋଜନାକୁ ବନ୍ଦ କରିବାର ଯୋଜନା ରହିଛି।

କରୋନା ପରେ ସରକାର ଫୁଡ ସବସିଡି ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି। ଏହା ଅନ୍ତର୍ଗତ ଏବେ ଦେଶରେ ପାଖାପାଖି ୮୦ କୋଟି ଲୋକ ଙ୍କୁ ମାଗଣାରେ ରାସନ ଦିଆଯାଉଛି। ଏମିତିରେ ଲୋକଙ୍କୁ ସାହା ଯ୍ୟ ମିଳୁଥିବା ବେଳେ ସରକାରଙ୍କଉପରେ ବୋଝ ବଢ଼ୁଛି। ଏମିତିରେ ଯଦି ୬ ମାସ ଆହୁରି ଅଧିକ ସମୟ ନିଆଯାଏତେବେ ଫୁଡ ସବସିଡି ର ପାଖାପାଖି ୮୦ ହଜାର କୋଟି ଟଙ୍କା ବଢ଼ି ୩.୭ ଲକ୍ଷ କୋଟି ଟଙ୍କା ହୋଇଯିବ। ଯାହାକି ସମସ୍ୟା ହୋଇପାରେ। ରିପୋର୍ଟ ମୁତାବିକ ଏହି ଯୋଜନାକୁୂ ଚଳିତ ବର୍ଷ ୨୦୨୨ ସେପ୍ଟେମ୍ବରକୁ ବଢ଼ାଇଦିଆଯିବାରୁ ସରକାର ବଜେଟରେ ମଧ୍ୟ ଫୁଡ ସବସିଡି ପାଇଁ ୨.୦୭ ଲକ୍ଷ କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ତେଣୁ ସରକାରଙ୍କ ଉପରେ ବେଶି ଯେପରି ବୋଝ ନପଡ଼ୁ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.