Below header

ରାୟଗଡ଼ା ଝିଅ ନେହା କ୍ରସ୍‌ ସୁଟିଂ ଚାମ୍ପିଅନ୍‌ସିପ୍‌ରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ା ସହରର ଝିଅ ଏ. ନେହା ପଟ୍ଟନାୟକ । ସବୁରି ମୁହଁରେ ଏବେ ତାଙ୍କରି ପ୍ରଶଂସା । ରାୟଗଡ଼ା ସଦର ମହକୁମାର ହଉସିଙ୍ଗ ବୋର୍ଡ କଲୋନୀର ବାସିନ୍ଦା ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ନେହା

ତୃତୀୟ ଜାତୀୟ କ୍ରସୋ ସୁଟିଙ୍ଗ ଚାମ୍ପିନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପାଇଁ ଗୌରବ ଆଣିଛନ୍ତି। ସେ ନିଜ ସହରକୁ ଫେରିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଗ୍ରାର ଏୟାର ଫୋର୍ସ ଷ୍ଟେସନରେ ଗତ ୨ ଓ ୩ ତାରିଖ ଦିନ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ବର୍ତ୍ତମାନ ନେହା ରାୟଗଡ ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ୟୁନିଭରସିଟିରେ ବିଏସସି, ଏଗ୍ରିକଲଚରରେ ଅଧ୍ୟୟନ କରୁଛନ୍ତି । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଭାରତ ସୁଟିଙ୍ଗ ଏକାଡମିର ପ୍ରଶିକ୍ଷକ ଶ୍ରୀ ରେଡି ଗଣେଶଙ୍କଠାରୁ କ୍ରସବୋ ସୁଟିଙ୍ଗରେ ତାଲିମ ନେଇଛନ୍ତି । ନେହା ରାୟଗଡା ପହଞ୍ଚିବା ପରେ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ନେହାଙ୍କର ଏହି ସଫଳତାରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଆସନ୍ତା ପ୍ରି ଅଲମ୍ପିକରେ ଦେଶ ପାଇଁ ପ୍ରିତିନିଧିତ୍ୱ କରିବା ଲାଗି ଆଶା ରଖିଛନ୍ତିି ନେହା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.