ଏଣିକି ରିଲାଏନ୍ସ Jio ନମ୍ବର ଏଟିଏମ ଜରିଆରେ କରି ପାରିବେ ରିଚାର୍ଜ, ଜାଣନ୍ତୁ ତରିକା

ଭାରତର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ସୁବିଧା ଆରମ୍ଭ କରିଛି । ଏହି ସର୍ଭିସ ଅନୁଯାୟୀ ଏବେ ଜିଓ ବ୍ୟବହାରକାରୀ ମାନେ ନିଜ ନମ୍ବରକୁ ଏସବିଆଇ, ଆକ୍ସିସ, ଆଇସିସିଆଇ, ଏଚ୍ଡିଏଫ୍ସି, ସିଟି, ଡିସିବି, ଏୟୁଏଫ ଓ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଗୁଡିକର ଏଟିଏମ୍ରେରୁ ରିଚାର୍ଜ କରିପାରିବେ । ଆପଣଙ୍କୁ କହି ରଖିବା ଉଚିତ ହେବକି କମ୍ପାନୀ ଏ ବାବଦରେ ନିଜ ଅଫିସିଆଲ ୱେବ ସାଇଟରେ ଉଲ୍ଲେଖ କରିଛି । ଏହି ଥିରେ ରିଚାର୍ଜ ପ୍ରୋସେସକୁ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଜାଣିରଖିବା ଏହାର ତରିକା:

jio

– ଜିଓ ନମ୍ବର ରିଚାର୍ଜ କରିବା ପାଇଁ ଆପଣଙ୍କୁ ପାଖ ଏଟିଏମକୁ ଯିବାକୁ ପଡିବ । ଏବେ ନିଜ ବ୍ୟାଙ୍କ କାର୍ଡକୁ ଏଟିଏମ ମେସିନରେ ପଶାନ୍ତୁ । ଏବେ ଆପଣଙ୍କୁ ରିଚାର୍ଜ ଅପସନ ଦେଖାଦେବ । ଯାହା ଉପରେ ଆପଣ କ୍ଲିକ କରି ପାରିବେ । ଏତିକି କରିବା ପରେ ନିଜ ଜିଓ ନମ୍ବରକୁ ଏଣ୍ଟର କରନ୍ତୁ ଓ ଏଟିଏମ ପିନ ଦିଅନ୍ତୁ । ଏବେ ରିଚାର୍ଜ ଏମାଉନ୍ଟ ଦେଇ କନଫର୍ମ ବଟନ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣଙ୍କ ରିଚାର୍ଜ ହେବ ସହ ଆପଣଙ୍କ ଆକାଉଣ୍ଟରୁ ରିଚାର୍ଜ ରାଶି ବି କଟିଯିବ ।

– ଜିଓ ୟୁଜରଙ୍କୁ ୧୧ ଟଙ୍କିଆ ଭାଉଚରାରେ ୮୦୦ ଏମବି ଡାଟା ସମେତ ୭୫ ନନ ଜିଓ ଏଫୟୁବି ମିନିଟ ମିଳିପାରିବ ।

– ଜିଓର ୨୧ ଟଙ୍କିଆ ଭାଉଚରାରେ ୨ ଜିବି ଡାଟା ସମେତ ୨୦୦ ଏଫୟୁବି ମିନିଟ ମିଳିପାରିବ ।

– ଜିଓର ୫୧ ଟଙ୍କିଆ ଭାଉଚରରେ ୬ ଜିବି ଡାଟା ବାଦ ୫୦୦ ନନ ଜିଓ ଏଫୟୁବି ମିନିଟ ମିଳିପାରିବ ।

– ଜିଓ ଉପଭୋକ୍ତା ମାନଙ୍କୁ ୨୫୧ ଟଙ୍କିଆ ପ୍ୟାକରେ ପ୍ରତିଦିନ ୨ ଜିବି ଡାଟା ମିଳୁଥିବା ବେଳେ ସମୟ ସୀମା ୫୧ ଦିନ ଯାଏଁ ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.