Below header

ଏଣିକି ରେଳ ଟିକଟ କ୍ୟାନ୍ସଲ ହେଲେ ଫେରସ୍ତ ପାଇବେ ପୂରା ଟଙ୍କା, ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ପୂର୍ବ ବ୍ୟବସ୍ଥା ଅନୁଯାୟୀ କନଫର୍ମ ରେଳ ଟିକଟ ବାତିଲ ହେଲେ ଆମକୁ ପୂରା ଟଙ୍କା ହରାଇବାକୁ ପଡୁଥିଲା । ଏନେଇ ବିଭାଗ ତରଫରୁ କୌଣସି ଟଙ୍କା ରିଫଣ୍ଡ ଆକାରରେ ମିଳୁନଥିଲା । କିନ୍ତୁ ଏଣିକି ଟିକଟ କ୍ୟାନ୍ସଲ ହେଲେ ବି ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ଆକାରରେ ମିଳିପାରିବ । ଆଉ ସବୁଠୁ ବିଶେଷ କଥା ହେଉଛି ଆପଣଙ୍କୁ ଏଥିପାଇଁ ବେଶୀ ଝଞ୍ଜଟର ସାମ୍ନା ବି କରିବାକୁ ପଡ଼ିବନି । କନଫର୍ମ ଟିକଟର କ୍ୟାନସଲ ଉପରେ ପୂରା ଟଙ୍କା ରିଟର୍ଣ୍ଣର ପ୍ରକ୍ରିୟା ପ୍ରଥମେ ବେଙ୍ଗାଳୁରୁରୁ ହିଁ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାକୁ ବେଙ୍ଗାଳୁରୁର ଏକ ଷ୍ଟାର୍ଟ ଅପ କମ୍ପାନୀ ହିଁ ପରିଚାଳିତ କରୁଛି ।

Image result for money

ଗ୍ରାହକ ଏହି ସାଇଟରେ ଟିକେଟ କରୁଥିବା ସମୟରେ ଫ୍ରି- କଂସେଲେସନ ପ୍ରୋଟେକ୍ସନ ଅପସନକୁ ବି ଚୟନ କରିପାରିବେ । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ନିଜ ଟିକେଟ କ୍ୟାନସଲ କରି ପାରିବେ । ସଠିକ ଉପାୟରେ କ୍ୟାନସଲ ପ୍ରକ୍ରିୟା ପୂରଣ ହେବା ପରେ ସେମାନଙ୍କୁ ପୂରା ଟଙ୍କା ଫେରସ୍ତ କରି ଦିଆଯିବ । କଂପାନୀର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କ କମ୍ପାନୀ ରିଜର୍ଭବେସନ ପାଇଁ ଗ୍ରାଫ ବେସେଡ ଟେକନିକର ଉପଯୋଗ କରିଥାଏ ।

ଏହି ଟେକ ନିକରେ କ୍ୟାନସଲ ହେବା ପରେ ଖାଲି ପଡିଥିବା ସିଟ ଗୁଡିକ ବିଷୟରେ ତୁରନ୍ତ ଗ୍ରାହକଙ୍କୁ ତୁରନ୍ତ ଜଣାଇ ଦିଆଯିବ । କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛିକି ଟ୍ରେନ ଛାଡିବାର ଏକ ଘଣ୍ଟା ପୂର୍ବରୁ ବି ଟିକଟ କିଣା ଯାଇପାରିବ । କମ୍ପାନୀ ପ୍ରଥମେ ବେଙ୍ଗାଳୁରୁରୁ ପରୀକ୍ଷାମୂଳକ ଭାବେ ଏହି ସେବାର ଆରମ୍ଭ କରିଥିବା ବେଳେ ଏଯାବତ ୫୦ ଲକ୍ଷ ଯାତ୍ରୀ ଏହି ସୁବିଧାର ଲାଭ ଉଠାଇ ସାରିଲେଣି । ହିନ୍ଦୀ ସମେତ ୭ଟି ଭାଷାରେ ଏହି ସୁବିଧା ଉପଲବ୍ଧ ହେଉଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.