Below header

ବଜାର ଠାରୁ କମ୍ ଦରରେ ପାଇବେ ଟମାଟୋ, ଏହି ସରକାରୀ ଆପର କରନ୍ତୁ ବ୍ୟବହାର

ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟର ବଜାରମାନଙ୍କରେ ୧୫୦ ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି ଟମାଟୋ । ଏହା ଛଡା ଅନଲାଇନରେ ଏହାର ଦାମ୍ ୨୦୦ରୁ ୨୫୦ ଟଙ୍କା ରହିଛି । ଏବେ ସରକାରୀ ଆପ୍‌  ONDC (Open Network For Digital Commerce) ଓ Paytm ରେ ୭୦ ଟଙ୍କା କିଲୋରେ ଟମାଟୋ ମିଳିପାରିବ ।

ଦେଶରେ ମୌସୁମୀ ବାୟୁ ବିଳମ୍ବରେ ଆସିବା ଓ ପରେ ବିଭିନ୍ନ ରାଜ୍ୟର ଅନେକ ସ୍ଥାନରେ ଅଧିକ ମାତ୍ରାରେ ବର୍ଷା ହେବା ଫଳରେ ପରିବା ଦର ବହୁ ମାତ୍ରାରେ ବୃଦ୍ଧି ପାଇଛି। ବିଶେଷ କରି ଟମାଟୋ ଦାମ୍ ୧୫୦ ରୁ ୨୦୦ ଛୁଇଁଛି । ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟର ବଜାରମାନଙ୍କରେ ୧୫୦ ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି ଟମାଟୋ । ଏହା ଛଡା ଅନଲାଇନରେ ଏହାର ଦାମ୍ ୨୦୦ରୁ ୨୫୦ ଟଙ୍କା ରହିଛି । ଏବେ ସରକାରୀ ଆପ୍‌  ONDC (Open Network For Digital Commerce) ଓ Paytm ରେ ୭୦ ଟଙ୍କା କିଲୋରେ ଟମାଟୋ ମିଳିପାରିବ ।
ପେଟିଏମ ଇ-କମର୍ସ ପ୍ରାଇଭେଟ ଲିମିଟେଡ ମଙ୍ଗଳବାର ଦିନ ଦିଲ୍ଲୀ-ଏନସିଆରରେ ଏହାର ବ୍ୟବହାକାରୀଙ୍କ ପାଇଁ ନ୍ୟାସନାଲ କୋଅପରେଟିଭ୍‌ କଞ୍ଜ୍ୟୁମର ଫେଡରେଶନ ଅଫ ଇଣ୍ଡିଆ (ଏନସିସିଏଫ) ମାଧ୍ୟରେ ଟମାଟୋ ବିକ୍ରର ଘୋଷଣା କରିଛି । ଏଥିରେ କିଲୋପ୍ରତି ୭୦ ଟଙ୍କାରେ ଟମାଟୋ ମିଳିବ । ଏହାର ବ୍ୟବହାରକାରୀମାନେ ସବୁ ସପ୍ତାହରେ ଦୁଇ କିଲୋଗ୍ରାମ ଟମାଟୋ କିଣିଲେ ମାଗଣାରେ ଡେଲିଭରିର ସୁବିଧା ପାଇପାରିବେ । ଏହି ଆପର ବ୍ୟବହାରକାରୀ ମାନଙ୍କୁ ଏହାର ସୁବିଧା ଯୋଗାଇ ଦିଆଯିବା ।
କିପରି Paytm ଓ ONDC ଟମାଟୋ ଅର୍ଡର କରିବେ :
ପେଟିଏମକୁ ଓପନ କରି ସେଥିରେ ‘ONDC’ ଟାଇପ କରିବେ ଏବଂ ‘ONDC ଫୁଡ’ ଅପସନ୍ କୁ ଟ୍ୟାପ୍ କରିବେ । ସେହି ଫୁଡ୍ ପେଜରେ ଏନସିସିଏଫରେ କେତେ ଟମାଟୋ କିଣିବାରେ ଅଛି ଟ୍ୟାପ୍ କରି ଅର୍ଡର ଦେଇପାରିବେ ।  ସେଠାରେ ଡେଲିଭରି ଠିକଣା ଦେଇ ଅର୍ଡରକୁ ନିଶ୍ଚିତ କରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.