ଚାକିରିରୁ ବିଦା ହେଲେ ସେକ୍ସନ ଆସିଷ୍ଟାଣ୍ଟ ଇଞ୍ଜିନିୟର : ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ

ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ଭିଜିଲାନ୍ସ କେସରେ ଅଭିଯୁକ୍ତକୁ ସାହାଯ୍ୟ କରିବା ମହଙ୍ଗା ପଡ଼ିଲା । ଚାକିରିରୁ ବିଦା ହେଲେ ବରଗଡ଼ ଜିଲ୍ଲା ବିଜେପୁର RWSS ସେକ୍ସନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଉପେନ୍ଦ୍ର ଭଞ୍ଜ ନାଏକ ।

ବରଗଡ଼ (କେନ୍ୟୁଜ): ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ଭିଜିଲାନ୍ସ କେସରେ ଅଭିଯୁକ୍ତକୁ ସାହାଯ୍ୟ କରିବା ମହଙ୍ଗା ପଡ଼ିଲା । ଚାକିରିରୁ ବିଦା ହେଲେ ବରଗଡ଼ ଜିଲ୍ଲା ବିଜେପୁର RWSS ସେକ୍ସନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଉପେନ୍ଦ୍ର ଭଞ୍ଜ ନାଏକ । ସମ୍ବଲପୁର ଭିଜିଲାନ୍ସର ଏକ ମାମଲାରେ ଅଭିଯୁକ୍ତକୁ ସାହାଯ୍ୟ କରିବା ପାଇଁ ସେ ମିଥ୍ୟା ତଥ୍ୟ ପ୍ରମାଣ ଦେଇଥିଲେ । ଏହି ଘଟଣାରେ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ସରକାର ।

୨୦୨୧ରେ ଭିଜିଲାନ୍ସରେ ପଡ଼ିଥିଲେ ବରଗଡ଼ େଓ୍ଵଷ୍ଟ ଇଲେକ୍ଟ୍ରିକାଲ୍‌ ଡିଭିଜନର ତତ୍କାଳୀନ ବରିଷ୍ଠ କିରାଣୀ ଆନନ୍ଦ ସରାଫ । ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଉପେନ୍ଦ୍ର ଭଞ୍ଜ ନାଏକ । ସେତେବେଳେ ସେ ସୋହେଲା RWSS ସେକ୍ସନର କନିଷ୍ଠ ଯନ୍ତ୍ରୀ ଥିଲେ । ମାମଲାର ଶୁଣାଣି ବେଳେ ପୂର୍ବରୁ ଦେଇଥିବା ବିବୃତି ବଦଳାଇଥିଲେ ଉପେନ୍ଦ୍ର ଭଞ୍ଜ ନାଏକ । ଅଭିଯୁକ୍ତକୁ ସାହାଯ୍ୟ କରିବା ପାଇଁ ମିଛ ପ୍ରମାଣ ଦେଇଥିଲେ । ଯେଉଁଥିପାଇଁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଭିଜିଲାନ୍ସ ବିଭାଗର ସୁପାରିଶ ପରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଏବେ ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.