ଓରେଗାନୋର ପତ୍ର ଶରୀର ପାଇଁ ଅତି ଲାଭଦାୟକ, ଜାଣନ୍ତୁ କିପରି?

ପିଜା ଓ ପାସ୍ତାରେ ବ୍ୟବହାର କରାଯାଉଥିବା ଓରେଗାନୋର ପତ୍ର ଶରୀର ପାଇଁ ବହୁ ଲାଭଦାୟକ । ଏହା ଅନେକ ସମସ୍ୟାରୁ ଆରାମ ଦେବାରେ ସାହାଯ୍ୟ କରିଥାଏ। ଯେଉଁ ବ୍ୟକ୍ତିମାନଙ୍କୁ ହାର୍ଟ ଜନିତ ସମସ୍ୟା ଅଛି, ସେହି ବ୍ୟକ୍ତିମାନଙ୍କ ପାଇଁ ଓରେଗାନୋ ବେଶ୍ ଫାଇଦା ଦେଇଥାଏ ।

ପିଜା ଓ ପାସ୍ତାରେ ବ୍ୟବହାର କରାଯାଉଥିବା ଓରେଗାନୋର ପତ୍ର ଶରୀର ପାଇଁ ବହୁ ଲାଭଦାୟକ । ଏହା ଅନେକ ସମସ୍ୟାରୁ ଆରାମ ଦେବାରେ ସାହାଯ୍ୟ କରିଥାଏ। ଯେଉଁ ବ୍ୟକ୍ତିମାନଙ୍କୁ ହାର୍ଟ ଜନିତ ସମସ୍ୟା ଅଛି, ସେହି ବ୍ୟକ୍ତିମାନଙ୍କ ପାଇଁ ଓରେଗାନୋ ବେଶ୍ ଫାଇଦା ଦେଇଥାଏ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ଦ୍ୱାରା ହାର୍ଟ ଆଟାକ୍ ହେବାର ସମ୍ଭାବନା କମ୍‌ ରହିଥାଏ ।

ଓରେଗାନୋର ପତ୍ର କ୍ୟାନ୍ସର ପରି ରୋଗରୁ ମଧ୍ୟ ରକ୍ଷା କରିଥାଏ । ସେଥିରେ ଥାଇମୋଲ ଜାତୀୟ ଗୁଣ ରହିଥାଏ ଯାହା କ୍ୟାନ୍ସର ଜୀବାଣୁକୁ ଶରୀରରେ କମ୍ କରିଥାଏ । ଓରେଗାନୋର ପତ୍ରରେ ଭିଟାମିନ A, ଭିଟାମିନ C, ଭିଟାମିନ E ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ।

ଓରେଗାନୋ ପତ୍ରରେ ଅନେକ ପ୍ରକାରର ଶକ୍ତି ରହିଛି । ଯାହା ଶରୀର ଭିତରକୁ ବାହାର ବ୍ୟାକ୍ଟେରିଆକୁ ପ୍ରବେଶ କରିବାକୁ ଦେଇନଥାଏ । ଏହି ପତ୍ରରେ କାରଭାକ୍ରୋଲ ନାମକ ଏକ ମୋନଟୋର୍ପିକ ଫେନୋଲ୍‌ କମ୍ପାଉଣ୍ଡ ମିଳିଥାଏ । ସେହି କମ୍ପାଉଣ୍ଡ ରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମିଳିଥାଏ ଓ ଆଷ୍ଟିଓପୋରୋସିସ ରହିଥାଏ । ଏହା ଆଣ୍ଠୁ ଗଣ୍ଠିରେ ହେଉଥିବା କଷ୍ଟ ଦୂର କରିଥାଏ ।

ଏହି ଓରେଗାନୋର ପତ୍ରରେ ଭରପୁର ମାତ୍ରରେ ଆଇରନ ରହିଛି । ଯାହା ଶରୀରରେ ଆଇରନର ମାତ୍ରାକୁ ପୁରା କରିଥାଏ । ଏହା ଦ୍ୱାରା ଆମ ଶରୀର ଅନେକ ପ୍ରକାର ରୋଗ ଠାରୁ ଦୂରେଇ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.