ପାର୍ବଣ ଋତୁରେ ସୁନା କିଣିବାକୁ ଚାହୁଁଥିଲେ, ଯାଞ୍ଚ କରିନିଅନ୍ତୁ ଆଜିର ମୂଲ୍ୟ …

ଆସିଛି ଦଶହରା। ଆଉ ଲୋକେ ଏହି ସମୟରେ ସୁନା କିଣିବାକୁ ବେଶି ପସନ୍ଦ କରନ୍ତି। ଏହି ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ସୁନା ଦୋକାନୀ ମନଲୋଭା ଅଫର ପ୍ରଦାନ କରନ୍ତି। ଗ୍ରାହକ ମଧ୍ୟ ଆକୃଷ୍ଟ ହୋଇ ସୁନା କିଣିବାକୁ ଯାଆନ୍ତି। ଦୋକାନୀ ଗ୍ରାହକଙ୍କୁ ସୁନା ଗଢା ମୁଜରୀ ଉପରେ କିଛି ପ୍ରତିଶତ ହ୍ରାସ କରି ସୁନା ବିକ୍ରି କରନ୍ତି। ତେବେ ପ୍ରତିଦିନ କେତେ ସୁନା ଦାମ୍‌ ରହିଛି, ତାହା ଜାଣିବାକୁ ଇଚ୍ଛୁକ ରହିଥାନ୍ତି। ଯଦି ଆପଣ ସୁନା ଦାମ୍‌ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ।

ସ୍ଥିର ଅଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୦୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୩୦୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଓ ୫୦,୨୦୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୦୦୦ ଟଙ୍କା ଓ ୫୦,୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୧୫୦ ଟଙ୍କା ଓ ୫୦,୩୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨, ୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୦୦୦ ଟଙ୍କା ଓ ୫୦,୨୦୦ ଟଙ୍କା ରହିଛି।

ଅନ୍ୟପଟେ ରୁପା ମୂଲ୍ୟ ଆଜି କମ୍ ରହିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୫୬,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.