ଆଜିବି ସୁନା ଓ ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି, କିଣିବାକୁ ଚାହୁଁଥିଲେ ଏଠାରେ ଦେଖି ନିଅନ୍ତୁ ଦର

ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏଠାରେ ପଢି ନିଅନ୍ତୁ। କେତେ ରହିଛି ଆଜିର ସୁନା ଓ ରୁପା ମୂଲ୍ୟ। ଆଜି ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୦,୧୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୯୦୦ ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ଆଜିର ମୂଲ୍ୟରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିପରି କିଲୋଗ୍ରାମ ପିଛା ରୁପା ଦରରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ଆଜି ୧ କେଜି ରୁପାର ମୂଲ୍ୟ ୫୮,୧୦୦ ଟଙ୍କା ରହିଥିବା ନେଇ ଚର୍ଚ୍ଚା ହେଉଛି।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୦,୯୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୭୦୦ ଟଙ୍କା ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୨୮୫ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା ଅଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୧,୧୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୮୫୦ ଟଙ୍କା ରହିଛି।
କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୦,୯୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୭୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୦,୯୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୭୦୦ ଟଙ୍କା ଅଛି।
ଯଦି ଆପଣ ଘରେ ବସି ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସହଜ ଉପାୟ ରହିଛି। ଏହି ଉପାୟ ଟି ହେଉଛି, ଘରେ ବସି ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିଯିବ, ଯେଉଁଥିରେ ଆପଣ ଲେଟେଷ୍ଟ ଦର ବିଷୟରେ ଜାଣି ପାରିବେ।
ଏଥିସହିତ ଘରେ ବସି ବିଆଇଏସ୍ କେୟାର ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ମଧ୍ୟ ଯାଞ୍ଚ କରିପାରିବେ | ଯଦି ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିବ ତେବେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରି ପାରିବେ।