Below header

ଜାଣନ୍ତୁ କେତେ ରହିଛି ଆଜିର ସୁନା ଓ ରୁପା ଦାମ୍

ଯଦି ଆପଣ ପ୍ରତ୍ୟେକ ଦିନ ସୁନା ମୂଲ୍ୟର ନୂଆ ଦାମ୍ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମର ଏ ପାଠ୍ୟକ୍ରମକୁ ଫଲୋ କରନ୍ତୁ। ଆଜି ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ, ବଢ଼ିଲା ସୁନା ଦର। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୭୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୧୮୦ ଟଙ୍କା ଛୁଇଁଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୯୫୦ ଟଙ୍କା ଥିବା ଜଣାଯାଇଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୯,୫୧୦ ଟଙ୍କା ଓ ୫୪,୦୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୯୦୦ ଟଙ୍କା ଓ ୫୩,୩୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୭୫୦ ଟଙ୍କା ଓ ୫୩,୧୮୦ ଟଙ୍କା ରହିଛି ଅନ୍ୟପଟେ ରୁପା ମୂଲ୍ୟ ବଢ଼ିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୬୦,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.