ଆଜି ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ: ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏସନ ପକ୍ଷରୁ ଡାକରା, ଦୁଇ ଦିନ ବ୍ୟାଙ୍କ ସେବା ଠପ୍

ନୂଆଦିଲ୍ଲୀ : ଆଜି ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ । ସରକାରୀ ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ଦେଶବ୍ୟାପି ବ୍ୟାଙ୍କ ବନ୍ଦ ରହିବ । ଅଲ ଇଣ୍ଡିଆ ବ୍ୟାଙ୍କ EMPLOYES ଆସୋସିଏସନ ବା AIBEA ପକ୍ଷରୁ ଧର୍ମଘଟର ଡାକରା ଦିଆଯାଇଛି । ଫଳରେ ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ କାରବାର ପ୍ରଭାବିତ ହୋଇପାରେ । ଆଜି ଓ ଆସନ୍ତାକାଲି ରବିବାର ଥିବାରୁ ଦୁଇ ଦିନ ଧରି ବ୍ୟାଙ୍କ କାମ ବନ୍ଦ ରହିବ ।

ଘରୋଇକରଣକୁ ବିରୋଧ ସମେତ ବ୍ୟାଙ୍କ କର୍ମଚାରୀଙ୍କୁ ପେନସନ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧର୍ମଘଟ ଡାକରା ଦିଆଯାଇଛି । ହରତାଳର ପ୍ରଭାବ ଗ୍ରାହାକଙ୍କ ଉପରେ ପଡିବ । ଏଟିଏମରେ ଟଙ୍କାର ଅଭାବ ଦେଖାଦେଇପାରେ । ତେବେ ଏହି ସମୟରେ ଅନଲାଇନରେ ଦେନନେଣ କରି ହେବ । ନଭେମ୍ବରରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର, ରବିବାର ଓ ଅନ୍ୟନ୍ୟ ଛୁଟିକୁ ମିଶାଇ ବ୍ୟାଙ୍କରେ ୧୦ ଦିନ ଛୁଟି ଦିବସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.